ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଇଚ୍ଛାପୁର କ୍ଲଷ୍ଟର ସ୍ଥିତ ସ୍ଥାନୀୟ ଆଶ୍ରମ ବିଦ୍ୟାଳୟ ଇଚ୍ଛାପୁରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପିତାମାତା ଓ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ମୋହନ କୁମାର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକକୁ ଜଣେ ଭିନ୍ନକ୍ଷମ ଛାତ୍ରୀ ଲକ୍ଷ୍ମୀରାଣୀ ସେଠ୍ଙ୍କ ପବିତ୍ର ହାତରେ ଉଦ୍ଘାଟନ କରାଯାଇଥିଲା । ଇଚ୍ଛାପୁର ସିଆରସିସି ସୁଧାଂଶୁ ଶେଖର ସାହୁ, ସର୍ଗୁଲ ସିଆରସିସି ନୀଳକଣ୍ଠ ନାୟକ, ବରିଷ୍ଠ ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ ସାହୁ ଓ ସୀତାରାମ ପଧାନ ସମ୍ମାନିତ ଅତିଥିଭାବେ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଉନ୍ନତି ପାଇଁ ପିତାମାତା ଓ ଅବିଭାବକଙ୍କ ଭୂମିକା, ଛାତ୍ରଛାତ୍ରୀଙ୍କ ପ୍ରତି ସରକାରୀ ସୁବିଧା ସୁଯୋଗର ଉପଲବ୍ଧତା ବିଷୟରେ ଆଲୋକପାତ କରିଥିଲେ । ଇଚ୍ଛାପୁର ଓ ସର୍ଗୁଲ୍ କ୍ଲଷ୍ଟରର ପ୍ରାୟ ୪୦ ଜଣ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଅବିଭାବକ ଅଂଶଗ୍ରହଣ କରିଥିଲେ । ଶିକ୍ଷକ ମହେନ୍ଦ୍ର ପାତ୍ର, ଲଳିତ ବାଗ, ଋଷଭ ଭୋଇ, ପ୍ରକାଶ ବାରିକ, ଅଭିରାମ ପଧାନ, ପହିଲ ବୁଡେକ୍, ବାଳ କିଶୋର ମେହେର, ସୁନିଲ ଭୋଇ ଓ ସ୍ୱେଚ୍ଛାସେବୀ ଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆଶ୍ରମ ବିଦ୍ୟାଳୟର ସମସ୍ତ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଧୀରେନ୍ଦ୍ର ନାରାୟଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।