ସର୍ଭେୟର ମାନଙ୍କ ଡିଜିଟାଲ ଫୋଟ ଉଠେଇବା ପ୍ରଶିକ୍ଷଣ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନରେ ଥିବା ବିଭିନ୍ନ ପଞ୍ଚାୟତ ଗୁଡିକରେ ସର୍ଭେୟର ମାନଙ୍କୁ ଡିଜିଟାଲ ଫସଲ ସର୍ବେକ୍ଷଣ ପାଇଁ ତାଲିମ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ୍ କୃଷି ଅଧିକାରୀ ସୌମେନ୍ଦ୍ର କୁମାର ବେହେରା,ସହକାରୀ କୃଷି ଅଧିକାରୀ ମମତା ମହାନ୍ତି, ସମସ୍ତ କୃଷି କର୍ମଚାରୀଙ୍କ ସମେତ ସର୍ଭେୟର ଏବଂ ସୁପରଭାଇଜର୍‌ମାନେ ଉପସ୍ଥିତ ଥିଲେ । ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଡିଜିଟାଲ ଉପାୟରେ ଫସଲ ସର୍ବେକ୍ଷଣ କିପରି କରାଯିବ,ଏହାର ସମସ୍ତ ପ୍ରକ୍ରିୟା ଗୁଡିକ ସର୍ଭେୟର ମାନଙ୍କୁ ଜମିରେ ଉପସ୍ଥିତ ରହି ପୁଙ୍ଖାନୁପୁଙ୍ଖ ଭାବରେ ବୁଝା ଯାଇଥିଲା । ଏହି ସର୍ଭେ ଫଳରେ ପ୍ରତିଟି ପ୍ଲଟରେ କି ପ୍ରକାର ଫସଲ ଚାଷ ହୋଇଛି, ଚାଷ ଜମି କିମ୍ବା ପଡିଆ ଜମି, ଜଳସେଚନର ମାଧ୍ୟମ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରାଯିବ । ଯାହା ଫଳରେ ଚାଷୀମାନଙ୍କୁ କି କି ସୁବିଧା ସୁଯୋଗ ଯୋଗାଇ ଦେଲେ ଚାଷୀମାନେ ଅଧିକ ଫସଲ ଅମଳ କରିପାରିବେ । ସେ ନେଇ ତଥ୍ୟ ମିଳି ପାରିବ ଓ ବିପର୍ଯ୍ୟୟ ସମୟରେ ଚାଷୀମାନଙ୍କୁ ସବସିଡି ପ୍ରଦାନରେ ସହାୟକ ହେବ । ଏଥି ପାଇଁ ଏହି ସର୍ବେକ୍ଷଣ କାର୍ଯ୍ୟରେ ଖଜୁରୀପଡ଼ା ବ୍ଲକ୍‌ର ସମସ୍ତ ଚାଷୀମାନେ ସର୍ଭେୟର ମାନଙ୍କୁ ସହଯୋଗ କରିବାକୁ ବ୍ଲକ୍ କୃଷି ଅଧିକାରୀ ଅନୁରୋଧ କରିଥିଲେ ।

Leave A Reply

Your email address will not be published.