oum

ଡେଲାଙ୍ଗ ତହସିଲରେ ଫୋନି ସହାୟତା ଅର୍ଥ ଅନିୟମିତତା ନେଇ ଅଭିଯୋଗ : ସୂଚନା ମାଗିଲେ ତଥ୍ୟ ମିଳୁ ନାହିଁ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେ ପାଇଁ ନିବେଦନ

jsm

ପୁରୀ, (ଦୀଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ, ଗତ ୨୦୧୯ ମେ ମାସ ୩ ତାରିଖରେ ପ୍ରଳୟଙ୍କାରୀ ଫୋନି ମହାବାତ୍ୟାର ଏକ ବର୍ଷ ୧୦ ମାସ ବିତିଗଲାଣି, କିନ୍ତୁ ଅତି ଦୁଖର ବିଷୟ ଫୋନି ବାସହରାଙ୍କୁ ଏପର୍ୟ୍ୟନ୍ତ ଘରଭଙ୍ଗା ସହାୟତା ମିଳିନାହିଁ । ପ୍ରାଥମିକ ତଦନ୍ତରେ ଯେଉଁମାନଙ୍କର ସିଭିୟର ତାଲିକା ପ୍ରକାଶ ପାଇଥିଲା, ସେହି ଅନୁଯାୟୀ ସରକାରଙ୍କ ସହାୟତା ଡେଲାଙ୍ଗ ବ୍ଲକକୁ ଆସିଥିଲା, ସ୍ଥାନୀୟ ତହସିଲଦାର ଓ ତାଙ୍କ ସହକର୍ମୀ ଏହି ଘରଭଙ୍ଗା ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ କରିବା ସହ ଫୋନି ବାତ୍ୟାର ୨୧ ମାସ ପରେ ତଦନ୍ତ ନାରେ ବ୍ୟାପକ ଅନିୟମିତତା କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ବଚିଂତ କରାଯାଇଛି ଏବଂ ଫୋନିରେ ସିଭିୟର ତାଲିକାରେ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିରେ ୧୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା ଅବଶିଷ୍ଟ ବକୟା ୮୫ ହଜାର ଟଙ୍କା ପରବର୍ତ୍ତିୀ କିସ୍ତିରେ ହିତାଧିକାରୀଙ୍କ ୁ ମିଳିଥାନ୍ତା । ବକୟା ସହାୟତା ରାଶି ପ୍ରଦାନରେ ବିଭାଗୀୟ କତୃପକ୍ଷ ଅହେତୁକ ବିଳମ୍ବ କରି ଏଥିରେ ବ୍ୟାପକ ପରିବର୍ତ୍ତନ ଓ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଯେଉଁ ପ୍ରକୃତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟଙ୍କୁ ୧୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା, ସେମାନଙ୍କର ଆକାଉଣ୍ଟକୁ ଅଚଳ କରିବା ସହ କେତେକଙ୍କ ଆକାଉଣ୍ଟରୁ ଟଙ୍କା କାଟି ନେଇଛନ୍ତି । ଫୋନି ବାସହରାଙ୍କୁ ତୁରନ୍ତ ସହାୟତା ପ୍ରଦାନ ନେଇ ଶାସକ ଦଳ ସମେତ ବିଭିନ୍ନ ରାଜନୈତିକ ଦଳ, ଅନୁଷ୍ଠାନ,ଓ ବ୍ୟକ୍ତି ବିଶେଷ ଧାରଣା, ପ୍ରତିବାଦ, ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମଧ୍ୟ ସ୍ଥାନୀୟ ତହସିଲଦାର ଚତୁରାତର ସହ ସେମାନଙ୍କୁ ପ୍ରତିଶୃତି ଦେଇ ସମୟ ଗଡାଇ ଚାଲିଛନ୍ତି । ଏଥିରେ ଏତେ ପରିମାଣରେ ଅନିୟମିତତା ଓ ହେରଫର ହୋଇଛି ଯେ, ଏ ସର୍ମ୍ପକରେ ସୁଚନା ଅଧିକାର ଆଇନ-୨୦୦୫ ଅନୁଯାୟୀ ବହୁ ହିତାଧିକାରୀ ଓ ବ୍ୟକ୍ତି ବିଶେଷ, ତଥ୍ୟ ବା ସୂଚନା ମାଗିଥିଲେ ମଧ୍ୟ ବିଭାଗୀୟ କତୃପକ୍ଷ ସୂଚନା ଦେଉ ନାହାଁନ୍ତି । ଏଥିରେ ତହସିଲଦାରଙ୍କ ସ୍ୱଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାର ଯେଉଁ ହିତାଧିକାରୀମାନଙ୍କ ପାଇଁ କୋଟି କୋଟି ଟଙ୍କା ପଠାଇଥିଲେ ତାହାର ହିସାବ ମିଳୁ ନାହିଁ । ଏଥିରେ ବପ୍ୟାକ ଦୁର୍ନିତୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ତହସିଲଦାର ଫୋନିରେ ବାସହରାଙ୍କ ଶହଶହ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିବା ସହ ସେମାନଙ୍କ ଅବଶିଷ୍ଟ ସହାୟତା ରାଶି ପ୍ରଦାନରେ ବିଳମ୍ବ ଓ ପାତଅନ୍ତର ହେତୁ ସେମାନେ ନାହିଁ ନଥିବା ଅସୁବିଧାରେ ସମୁଖିନ ହେଉଛନ୍ତି । ସେମାନଙ୍କ ଜୀବନ ଜିବିକା ବିକାଶରେ ଘୋର ବ୍ୟାଘତ ଘଟିଛି । ମାନ୍ୟବର ମୂଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବା ସହ ଘରଭଙ୍ଗା ସହାୟତା ରାଶି ପ୍ରଦାନ ନିମନ୍ତେ ଫୋନିିରେ କ୍ଷତିଗ୍ରସ୍ତ ହିତାଧିକାରୀମାନେ ନିବେଦନ କରିଛନ୍ତି ।

Leave A Reply

Your email address will not be published.