ଫଟାମୁଣ୍ଡା ନିକଟରେ ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର : ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମରେ ଏକ ମାଲବାହୀ ଟ୍ରକ ଧକ୍କାରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରତର ବାଇକ ଆରୋହୀ ଦ୍ୱୟ ହେଲେ ସାଆଁନ୍ତପୁର ଅଂଚଳର ବୋଲି ଜଣାପଡିଛି ।ସୂଚନା ଅନୁସାରେ ସାଆଁନ୍ତପୁର ଦୁଇ ଜଣ ବ୍ୟକ୍ତି ଏକ ବ୍ଲୁ କଲର ସିଡି ଡିଲକ୍ସ ବାଇକ ଯୋଗେ ଆସୁଥିବା ବେଳେ ଫଟାମୁଣ୍ଡା ଠାରେ ଏକ ମାଲବାହୀ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଗୁରୁତର ଦ୍ୱୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଆଗଲପୁର ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇ ଦେଇଥିବା ବେଳେ ଏବେ ଗୁରୁତର ବାଇକ ଆରେହୀ ଦ୍ୱୟ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.