ସଂଗ୍ରାମୀ ଯୁବ ଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ : ଜିଲ୍ଲା ପ୍ରଶାସନ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ୩ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ

ମୟୁରଭଞ୍ଜ, (କେପିଏନ୍‌ଏସ୍‌) : ଗତକାଲି ଗୁରୁବାର ମୟୁରଭଞ୍ଜ ଜିଲ୍ଲାରେ ମୁଖ୍ୟତଃ ବିଶୋଇ, ବାଙ୍ଗିରୀପୋଷୀ ବ୍ଲକ ଆଂଶିକ ଭାବେ ସାରସକଣା ବ୍ଲକର ବିଭିନ୍ନ ଅଞ୍ଚଳରେ କାଳ ବୈଶାଖ ସହ ବଡ଼ ବଡ଼ କୁଆପଥର ମାଡ଼ରେ ଘର ବାଡ଼ି, ଗାଡି ଘୋଡା ଭାଙ୍ଗି ନଷ୍ଟ ହେବା ସହ ବହୁ ମାତ୍ରାରେ ଧନ ସମ୍ପତ୍ତି, ଗଛିତ ଧାନ ଚାଉଳ ନଷ୍ଟ ହେବା ସହିତ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଶହ ଶହ ଲୋକ ମୁଣ୍ଡ ଉପରୁ ଛାତ ସହିତ ଚାଷ ହୋଇଥିବା ଫସଲ ହରାଇ ଏବେ ସର୍ବଶାନ୍ତ । ଏଣୁ ଆଜି ମୟୁରଭଞ୍ଜ ଜିଲ୍ଲାର ଏକମାତ୍ର ସଂଗ୍ରାମୀ ଯୁବ ଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଜରିଆରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶରେ ଏକ ୩ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରି ତୁରନ୍ତ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସାହାଯ୍ୟ ପ୍ରଦାନ କରିବା ପାଇଁ ଦାବୀ କରାଯାଇଛି । ଦାବୀ ଗୁଡିକ ହେଲା (୧)ଯେଉଁ ଲୋକଙ୍କ ବାସଗୃହ ଭାଙ୍ଗି ଯାଇଛି ସେମାନଙ୍କୁ ତୁରନ୍ତ ଆବାସ ଯୋଜନାରେ ସାମିଲ କରି ବାସଗୃହ ପ୍ରଦାନ କରାଯାଉ । (୨)କ୍ଷତିଗ୍ରସ୍ତ ହୋଇଥିବା ପରିବାର ସଂମ୍ପୂର୍ଣ ଥଇଥାନ ନ ହେବା ପର୍ଯ୍ୟନ୍ତ ସେମାନଙ୍କ ରହିବା ଖାଇବା ବ୍ୟବସ୍ଥା ସମ୍ପୂର୍ଣ୍ଣ ପ୍ରଶାସନ ପକ୍ଷରୁ କରାଯିବାର ବ୍ୟବସ୍ଥା କରାଯାଉ । (୩) କ୍ଷତିଗ୍ରସ୍ତ ଅଞ୍ଚଳର ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରିଥାନ୍ତି । କାଳ ବୈଶାଖୀ ଫଳରେ ସମସ୍ତ ଚାଷ ଉଜୁଡ଼ି ଯାଇ ଥିବାରୁ ଲୋକେ ଏବେ ସର୍ବସ୍ୱାନ୍ତ । ପୁଣି ଥରେ ସଠିକ ଛିଡା ହେବା ପର୍ଯ୍ୟନ୍ତ ସମସ୍ତ ସହଯୋଗ ପ୍ରଶାସନ ପକ୍ଷରୁ କରାଯିବାକୁ ଦାବି । ଯଦି ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୁଧ୍ୟକାଳୀନ ଭିତ୍ତିରେ ପ୍ରଦାନ କରାନଯାଏ ତେବେ ଭଞ୍ଜସେନା ପକ୍ଷରୁ ଆନ୍ଦୋଳନତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଛି, ତାସହିତ ଆଗାମୀ ପାଣିପାଗ ଅନୁଯାୟୀ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ କରାଯାଉ ବୋଲି କୁହାଯାଇଅଛି । ଆଜିର କାର୍ଯ୍ରକ୍ରମରେ ଭଞ୍ଜସେନା ଅଧକ୍ଷ୍ୟ ସଂଜୀବ ରାଉତ, ଜିଲ୍ଲା ସଭାପତି ପିଣ୍ଟୁ ମାଈତି, ଜିଲ୍ଲା ଆବାହକ ରାକେଶ ବେହେରା, ବାରିପଦା ସହର ସଭାପତି ରାକେଶ ମହାନ୍ତି, ପଙ୍କଜ କରଣ, ସତ୍ୟ ପୃଷ୍ଟି ପ୍ରମୁଖ ସାମିଲ ହୋଇଥିଲେ ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ।

jittmm
Leave A Reply

Your email address will not be published.