ଗୁରୁଶ୍ରୀ ଡ.ଘାସିରାମ ମିଶ୍ରଙ୍କ ପତ୍ନୀ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁରୁଶ୍ରୀ ଡ.ଘାସିରାମ ମିଶ୍ରଙ୍କ ପତ୍ନୀ ବିୟୋଗ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗୁରୁଶ୍ରୀ ଡ. ମିଶ୍ରଙ୍କ ଧର୍ମପତ୍ନୀ ପ୍ରଫୁଲ୍ଲ ମିଶ୍ର(୭୫) ଦୀର୍ଘ ବର୍ଷ ହେଲା ରୋଗାଗ୍ରସ୍ତ ଥିବା ବେଳେ ଗତ ରାତିରେ ତାଙ୍କ ଦେହାନ୍ତ ଘଟିଛି । ସମାଜରେ ଜଣେ ପତିବ୍ରତା ନାରୀର ନିଛକ ଉଦାହରଣ ଥିଲେ ସେ । ଧାର୍ମିକ ଚିନ୍ତନ ଓ ପରୋପକାର ପାଇଁ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଥିଲା ।

Leave A Reply

Your email address will not be published.