ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗର ଦିନିକିଆ ପାଠଚକ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗ ଓ ଆକ୍ୟୁଏସିର ମିଳିତ ଆନୁକୂଲ୍ୟରେ ଏକ ପ୍ରାଣୀ ବିଜ୍ଞାନ ପାଠଚକ୍ର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଠଚକ୍ରରେ ଆର୍‌ସିଏମ୍‌ ବିଜ୍ଞାନ ମହାବିଦ୍ୟାଳୟ, ଖଲ୍ଲିକୋଟର ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ଡ. ପ୍ରଦୀପ କୁମାର ବେହେରା ମୁଖ୍ୟବକ୍ତା ଭାବରେ ଯୋଗଦେଇ ବନ୍ୟ ଜନ୍ତୁମାନଙ୍କର ପରିବେଶ ଉପରେ ପ୍ରଭାବ ବିଷୟବସ୍ତୁ ସମ୍ବନ୍ଧରେ ବିସ୍ତୃତ ରୂପେ ଆଲୋଚନା କରିବା ସହ ଛାତ୍ରଛାତ୍ରୀମାନଙ୍କର ମଧ୍ୟରେ ଏ ସମ୍ପର୍କରେ ଥିବା ବିଭିନ୍ନ ସନ୍ଦେହ ମୋଚନ କରିଥିଲେ । ପ୍ରାଣୀବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପିକା ଡ. ଶୁଚିସ୍ମିତା ବେହେରା କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଆଇକ୍ୟୁଏସି କୋର୍ଡିନେଟର୍ ଡ. ଲକ୍ଷ୍ମୀନାରାୟଣ ସାହୁ ଏବଂ ପ୍ରଶାସନିକ ଅଧିକାରୀ ଡ. ପିଙ୍କି ରାଣୀ ଦେଇ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ ନିଜ ବକ୍ତବ୍ୟରେ ପାଠଚକ୍ରର ଆବଶ୍ୟକତା ଓ ଉଦ୍ଦେଶ୍ୟମୂଳକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀମତୀ ରାଜବାଳା ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିବା ସହ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଏହାକୁ ସାଫଲ୍ୟ ମଣ୍ଡିତ କରିବାରେ ନିଜର ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ ।

Leave A Reply

Your email address will not be published.