ppurohit

କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ପାଠପଢ଼ା ଠପ୍

2nd

ଭଇଁଷା : (ପୁସ୍ତମ୍ ଯୁଆଡି) : ମଙ୍ଗଳବାର ଦିନ ଭଇଁଷା ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷାର ଫାଟକ ସମ୍ମୁଖରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାଶଙ୍କ ଆହ୍ୱାନ କ୍ରମେ ୨୦୦୮-୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସରକାର ଅନୁଦାନ ଦେଇ ସରକାରୀଭୁକ୍ତ କରିବା ପାଇଁ ଆରମ୍ଭ ହୋଇଥିବା ର୍କ୍ୟାବନ୍ଦ ଆନ୍ଦୋଳନ ଆଜି ଷୋଡ଼ଶ ଦିନରେ ପହଞ୍ଚିଛି । ବଲାଙ୍ଗିର ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ରାଉତଙ୍କ ତତ୍ୱାବଧାନରେ ଚାଲିଥିବା ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଯୋଗୁଁ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଠପଢ଼ା ଅନେକାଂଶରେ ପ୍ରଭାବିତ ହୋଇଛି । ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ହେଉଥିବା ଆନ୍ଦୋଳନ ଯୋଗୁଁ କେବଳ ପାଠପଢ଼ା ନୁହେଁ ତତ୍‌ସହିତ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ବନ୍ଦ ରହିଛି । ଏତେ ଦିନର ଆନ୍ଦୋଳନ ପରେ ମଧ୍ୟ ସରକାରଙ୍କ ନିଦ ନ ଭାଙ୍ଗିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶିକ୍ଷା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ସରକାର ଗୁରୁତ୍ୱ ନଦେବାରୁ ସରକାରଙ୍କ ଏ ନୀତିକୁ ସମସ୍ତେ ସମାଲୋଚନା କରିଥିଲେ । ସମାନ କାମକୁ ସମାନ ଦରମା ନ୍ୟାୟରେ ସରକାର ତୁରନ୍ତ ନିଷ୍ପତ୍ତି ନେଇ ସେମାନଙ୍କୁ ଯଥାଶୀଘ୍ର ଅନୁଦାନ ପାଇଁ ବ୍ୟବସ୍ଥା କରିବାକୁ ଲୋକଙ୍କ ସରକାର ମୋହନ ସରକାରଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.