ଡ. ବି.ଆର୍‌. ଆମ୍ବେଦକର ପାଠାଗାରଠାରେ ୭୭ତମ ସ୍ୱାଧୀନତା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ତାଲପାଲିପଡ଼ା ସ୍ଥିତ ଡ. ବି.ଆର୍‌.ଆମ୍ବେଦକର ପାଠାଗାରଠାରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ମୁଖ୍ୟ ଅତିଥି ଭାବେ ଡ.ଅର୍ଜୁନ ମୁଗ୍ରୀ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ ଓ ଗୁରୁଶ୍ରୀ ଯୋନାଥନ ଶ୍ରୀଚୌହାନ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପ୍ରମୋଦ କୁମ୍ଭାରଙ୍କ ସଭାପତିତ୍ୱରେ ଉକ୍ତ ସଭାରେ ଅନ୍ୟତମ ଉପଦେଷ୍ଟା କ୍ରାନ୍ତିଲାଲ ମୁଗ୍ରୀ ଉଦ୍‌ବୋଧନ ଦେଇଥିଲେ । ସଭାକୁ ପରିଚାଳନା କରିଥିଲେ ସଂପାଦକ ବିପିନ ନନ୍ଦ ଓ ଅର୍ଜୁନ ନାଏକ, ଜଗୁ ମହାନନ୍ଦ, ସେଥନ ଶ୍ରୀଚୌହାନ, କୁନୁ ନନ୍ଦ, ଶୁଭ୍ରାଂଶୁ ନନ୍ଦ, ଗିଲୁ ତାଣ୍ଡି, ଯଶସ୍ୱିନୀ ଶ୍ରୀଚୌହାନ ଓ ଲଳିତା ଦୀପ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅନୁଷ୍ଠିତ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବକ୍ତୃତାରେ ପ୍ରଥମ ହୋଇଥିଲେ ଖ୍ରୀଷ୍ଟ ଯୋହନ ବାଗ, ଦ୍ୱିତୀୟ ମିଳନ ପଟେଲ, ତୃତୀୟ ଅର୍ଣ୍ଣବ କୁମ୍ଭାର ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ହୋଇଥିଲେ ବିଶ୍ୱଜିତ ସୁନା, ଦ୍ୱିତୀୟ ଆରାଧ୍ୟା ନନ୍ଦ ଓ ତୃତୀୟ କରିଶ୍ମା ସାହୁ । ଏହାକୁ ପରିଚାଳନା କରିଥିଲେ କୁମାରୀ ବାସବା ଶ୍ରୀଚୌହାନ, ଝରଣା ନାଗ ଓ ସ୍ୱେତାରାନୀ ଶ୍ରୀଚୈାହାନ । ଶେଷରେ ପାଠାଗାରର କୋଷାଧ୍ୟକ୍ଷ ପବିତ୍ର ନାଗ ଧନ୍ୟବାଦ ଜ୍ଞାପନ କରିଥିଲେ ଓ ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହିତ ନଗର ପରିକ୍ରମା କରାଯାଇଥିଲା ।

Leave A Reply

Your email address will not be published.