ପୁରୀ ପ୍ରବେଶ ପଥରେ ଉଡିଲା ବିଶାଳ ଜାତୀୟ ପତାକା

ପୁରୀ : ପୁରୀ ପ୍ରବେଶ ପଥ ବୀରହରେକୃଷ୍ଣପୁର ଛକରେ ଉଡିଲା ବିଶାଳ ଜାତୀୟ ପତାକା । ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ୧୦୮ ଫୁଟ ଉଚ୍ଚରେ ୩୬ ଫୁଟ ଲମ୍ବ ଓ ୨୪ ଫୁଟ ଓସାରର ଉଡୁଥିବା ଏହି ଜାତୀୟ ପତାକାର ଗତକାଲି ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ବୀରହରେକୃଷ୍ଣପୁର ଛକ ନିକଟରେ ଏହି ପତାକା ଲଗାଯାଇଛି । ଏହି ଉତ୍ସବରେ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆର ସଭାପତି ନବୀନ ଜିନ୍ଦଲ, ପୁରୀ ଜିଲ୍ଲାର ସମସ୍ତ ବିଧ୍ୟାୟକ ଓ ସାଂସଦଙ୍କ ସହ ସ୍ଥାନୀୟ ବାସିନ୍ଦା, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.