୨୦୨୪ ରାଜ୍ୟ ବିଜୁ ବନ୍ୟପ୍ରାଣୀ ସଂରକ୍ଷକ ପୁରସ୍କାରରେ ଭୂଷିତ ହେଲେ ବଲାଙ୍ଗିର ସହରର ପ୍ରସିଦ୍ଧ ପ୍ରାଣୀ ସଂରକ୍ଷକ “କର୍ତ୍ତବ୍ୟ ଫାଉଣ୍ଡେସନ”ର ମୁଖ୍ୟ କାହ୍ନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ହୃଦୟ ଢ଼ାଳି, ମନପ୍ରାଣ ଦେଇ ନିରନ୍ତର ସ୍ୱାର୍ଥହୀନ ଭାବରେ କାମ କଲେ ପୁରସ୍କାର ପଛରେ ଦୌଡେ । ପ୍ରସିଦ୍ଧି ସ୍ୱୟଂ ଚରଣ ଚୁମ୍ବନ କରେ । ଆଜିର ଏହି ରାଜ୍ୟ ବନ୍ୟ ପ୍ରାଣୀ ସଂରକ୍ଷକ ପୁରସ୍କାର ବିତରଣ ଉତ୍ସବ ହେଉଛି ତାର ଜ୍ୱଳନ୍ତ ଉଦାହରଣ । ୨୦୨୪ ରାଜ୍ୟ ବିଜୁ ବନ୍ୟପ୍ରାଣୀ ସଂରକ୍ଷକ ପୁରସ୍କାରରେ ଭୂଷିତ ହୋଇଛନ୍ତି ଆମ ବଲାଙ୍ଗିର ସହରର ପ୍ରସିଦ୍ଧ ପ୍ରାଣୀ ସଂରକ୍ଷକ “କର୍ତ୍ତବ୍ୟ ଫାଉଣ୍ଡେସନ”ର ମୁଖ୍ୟ ଶୈଳେନ୍ଦ୍ର ନାରାୟଣ ଶତପଥୀ (କାହ୍ନା) ତାଙ୍କ ପ୍ରାଣୀଙ୍କ ପ୍ରତିଥିବା ସ୍ନେହ ଓ କରୁଣା ଯୋଗୁଁ ହଜାର ହଜାର ସଂଖ୍ୟାରେ ସାପ, ଗୋରୁ ଗାଈ ଏବଂ ବିଭିନ୍ନ ପ୍ରଜାତିର ବନ୍ୟ ଜୀବଜନ୍ତୁ ନୂତନ ଜୀବନ ଲାଭ କରିଛନ୍ତି । ତାଙ୍କରି ଉଦ୍ୟମ ଯୋଗୁଁ ସାଧାରଣ ଜନତା ମଧ୍ୟ ଜୀବଜନ୍ତୁଙ୍କୁ ସଂରକ୍ଷଣ କରିବା ପାଇଁ ସଚେତନ ହେଉଛନ୍ତି । ଆଜି ଭୁବନେଶ୍ୱର ମେ ଫେୟାର ହୋଟେଲରେ ଆୟୋଜିତ ୭୦ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ରାଜ୍ୟ ଜଙ୍ଗଲ ପରିବେଶ ବିଭାଗ ମନ୍ତ୍ରୀ ତଥା ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଷରାମ ସିଂ ଖୁଣ୍ଟିଆ ଏହି ପୁରସ୍କାର ବିତରଣ କରିଥିଲେ । ଶ୍ରୀ ଶତପଥୀଙ୍କୁ ମିଳିଥିବା ପୁରସ୍କାର ପାଇଁ କେବଳ ବଲାଙ୍ଗିର ନୁହେଁ ସୋନପୁର, କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲା ମଧ୍ୟ ଆଜି ଗର୍ବିତ । ପୁରସ୍କାର ଖବର ଜାଣିଲା ମାତ୍ରେ ଏଇ ସମସ୍ତ ଜିଲ୍ଲାର ସମସ୍ତ ପ୍ରାଣୀ ପ୍ରେମୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଖୁସୀ ଖେଳିଯାଇଛି । ଏହି ମହାମାନବ ସ୍ତର କାର୍ଯ୍ୟ ପାଇଁ ଶ୍ରୀ ଶତପଥୀଙ୍କୁ “ପଶୁପତିନାଥ”ର ଆଖ୍ୟା ଦେଇଥିଲା ଯାହାର ନିଦର୍ଶନ ପୁରସ୍କାର ସ୍ୱରୂପ ଆଜି ସମସ୍ତ ଜନମାନସର ଆଖି ଆଗରେ ।

Leave A Reply

Your email address will not be published.