ସାବିତ୍ରୀବାଇ ଫୁଲେ ଓ ଜ୍ୟୋତିବାରାଓ ଫୁଲେଙ୍କ ପ୍ରତିମୃର୍ତ୍ତି ସ୍ଥାପନର ଭିତ୍ତିପ୍ରସ୍ତର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା ମହିଳା ସଂଗଠନ ତରଫରୁ ମାତା ସାବିତ୍ରୀବାଇ ଫୁଲେ ଓ ଜ୍ୟୋତିବାରାଓ ଫୁଲେଙ୍କ ପ୍ରତିମୃର୍ତ୍ତି ସ୍ଥାପନ ପାଇଁ ସ୍ଥାନୀୟ ଯାଦବ ଭବନ ସମ୍ମୁଖରେ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଯାଇଛି । ସଂଗଠନର ସଭାନେତ୍ରୀ ସବିତା ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗ ଦେଇଥିବା ବେଳେ ଡୁଡା ପିଡିର ଅଧ୍ୟକ୍ଷ ତରଣୀ ସୁନା, ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆଶୁତୋଷ ଜେନା ଓ ସମାଜସେବୀ ଭୁବନ ନାଗ ଯୋଗ ଦେଇଥିଲେ । ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ପରେ ଏକ ସଭା ସ୍ଥାନୀୟ ଯାଦବ ଭବନଠାରେ ଅନୁଷ୍ଠିତ ହୋଇଥିଲା । ମନୁସ୍ମୃତିର ଶୃଙ୍ଖଳରୁ ନାରୀ ସମାଜକୁ ମୁକ୍ତ କରି ସେମାନଙ୍କୁ ଶିକ୍ଷାର ବାଟ ଫିଟାଇଥିଲେ ସାବିତ୍ରୀବାଇ ଫୁଲେ । ତାଙ୍କ ଆଦର୍ଶରେ ଆଦର୍ଶିତ ହୋଇ ପରବର୍ତ୍ତି ସମୟରେ ସମ୍ବିଧାନ ପ୍ରଣୟନ କରିଥିଲେ ଡ. ବାବା ସାହେବ ଆମ୍ବେଦକର ବୋଲି ସଭାରେ ଯୋଗ ଦେଇଥିବା ବରିଷ୍ଠ ସଂଗଠକ ପାଣ୍ଡବ କୁମ୍ଭାର, ବିଜୟ ବାରିକ, ଶମ୍ଭୁ ନାଗ, ତରଣୀସେନ ଦୀପ, ଜ୍ୟୋତିଷ ମୁଗ୍ରୀ, ଦଣ୍ଡୁଆ କୁମ୍ଭାର, ସତ୍ୟାନନ୍ଦ ସୁନା, ରାଜେନ୍ଦ୍ର ସୁନା, ସୂର୍ଯ୍ୟ ସୁନା, ଓମ୍‌ ପ୍ରକାଶ କୁମ୍ଭାର, ଅମ୍ବିକା କୁମ୍ଭାର, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ଡ. ବାସନ୍ତି ନନ୍ଦ, କୁନାଲ ସରକାର, ବୈକୁଣ୍ଠ ବାରିକ, ବାସୁଦେବ ମୁଗ୍ରୀ, ପବିତ୍ର ନାଗ, କୁନାଲ କହିର, ବିପିନ ବାରିକ, ବିନୋଦ ମୁଗ୍ରୀ, ହରି ନନ୍ଦ ଓ ପଶ୍ଚିମ ଓଡିଶାର ମହିଳା ସଂଗଠନର କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଥିଲେ । ଏହା ସହିତ ପ୍ରଶାସନ ଆନ୍ତରିକତା ସହ ସହଯୋଗ କରି ପ୍ରତିମୃର୍ତ୍ତି ସ୍ଥାପନ ପାଇଁ ଜମି ପ୍ରଦାନ କରିଥିବାରୁ ସଂଗଠନ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ପ୍ରତିମୃର୍ତ୍ତି ସ୍ଥାପନ ପାଇଁ ଅନେକ ବଦାନ୍ୟ ବକ୍ତି ମୁକ୍ତ କଣ୍ଠରେ ଆର୍ଥିକ ସହଯୋଗ କରିବା ସହିତ ଆଗାମୀ ଦିନରେ ମଧ୍ୟ ସାହାଯ୍ୟ ଓ ସହଯୋଗ ଜାରି ରହିବ ବୋଲି କହିଥିଲେ । ବିଭିନ୍ନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାହୁ ଭରପୁର ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.