oom

କଣ୍ଟାବାଞ୍ଜିରେ ପହଲାଗାମ ହତ୍ୟାକାଣ୍ଡ ବିରୋଧରେ ପ୍ରତିବାଦ

jsmm

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ତୁରେକେଲା ଜାମ୍ମୁକାଶ୍ମୀର ପହଲାଗାମରେ ୨୮ ଜଣ ହିନ୍ଦୁ ପର୍ଯ୍ୟଟକଙ୍କ ବର୍ବର ହତ୍ୟାକାଣ୍ଡକୁ ନେଇ ସାରା ଭାରତ ବର୍ଷରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ କଣ୍ଟାବାଞ୍ଜିରେ ମଧ୍ୟ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । କଣ୍ଟାବାଞ୍ଜି ସମ୍ବିଧାନ ଛକଠାରୁ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାର କରି ସହରର ମୁଖ୍ୟ ମାର୍ଗ ଦେଇ ଶୋଭାଯାତ୍ରା କରିବା ପରେ ସମ୍ବିଧାନ ଛକଠାରେ ସମସ୍ତ ଆତ୍ମା ସତ୍‌ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଏକ ପ୍ରତିବାଦ ଶୋଭାଯାତ୍ରାରେ ପାକିସ୍ତାନ ମୁର୍ଦ୍ଦବାଦ ନାରା ସହିତ ପାକିସ୍ତାନର ଆତଙ୍କୀବାଦ ସଂଗଠନ ରଚିଥିବା ଏହି ଆକ୍ରମନକୁ ନିନ୍ଦା କରାଯାଇଛି । ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଭାରତୀୟଙ୍କ ଉଦ୍ଦେଶ୍ୟରେ କମିଟିର କର୍ମକର୍ତ୍ତାମାନେ ସମବେଦନା ଜଣାଇଥିଲେ । ପରେ ଇସ୍ଲାମିକ ଆତଙ୍କୀବାଦୀ ମାନଙ୍କ ଏହି ରାଜ ଚାଲିବ ନାହିଁ ବୋଲି ନାରା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ସଭାପତି ଅନିଲ ବିଭାର, ସମ୍ପାଦକ ରୋହନ କୁମାର ମହତ, ଲକ୍ଷେ ଘର ଗଣ୍ଡା ସମାଜର ସଭାପତି ଗୋବିନ୍ଦ ତାଣ୍ଡି, ଉପ ସଭାପତି ତୁଳସୀ ରାମ ଜଗତ, ଉପଦେଷ୍ଟା ରମେଶ ଚନ୍ଦ୍ର ମାହାନନ୍ଦ, ଅବଦୁଲ ଗଫାର, ରୋହିତ କୁମାର, ମାଧବ ବୋଏ, ମୋହନ ସୁନା, ଲାଲୁ ତାଣ୍ଡି, ଛୋଟୁ ମାହାନନ୍ଦ, ଶାନ୍ତ ସୁନା, ଅନୁପ ଖୁରା, ପ୍ରେମ ମହତ, ଅଂଶୁ ସିପକା, ବିବେକ କୁମାର, ବିଶି ତାଣ୍ଡି, ରେସବ ମାହାନନ୍ଦଙ୍କ ସହ ଶତାଧିକ ଯୁବ ଗୋଷ୍ଠୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.