ଆର୍ମି ଯବାନ ହତ୍ୟାକାଣ୍ଡ ରହସ୍ୟର ଫର୍ଦ୍ଦାଫାସ କଲା ଗଞ୍ଜାମ ପୋଲିସ : ହତ୍ୟାକାଣ୍ଡ ସମ୍ପୃକ୍ତିରେ ୫ଜଣ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଚମାଖଣ୍ଡି ଥାନା ଅନ୍ତର୍ଗତ ଛତ୍ରପୁର ବ୍ଲକ କାଳୀପଲ୍ଲୀ ଗ୍ରାମର ମାଟିର ମାଆ ପାଇଁ ସେବାରେ ନିୟୋଜିତ ଆର୍ମି ଯବାନ ଜେ.ଦିଲେଶ୍ୱର ପାତ୍ର ହତ୍ୟାକାଣ୍ଡର ରହସ୍ୟ ଶୁକ୍ରବାର ସନ୍ଧ୍ୟାରେ ଫର୍ଦ୍ଦାଫାସ କରିଛି ଗଞ୍ଜାମ ପୋଲିସ ପ୍ରଶାସନ । ଏହି କେଶରେ ସମ୍ପୃକ୍ତଥିବା ୫ଜଣଙ୍କୁ ଧରିବାରେ ସଫଳ ହୋଇଛି, ଗଞ୍ଜାମ ପୋଲିସ । ଚମାଖଣ୍ଡି ଥାନା ଅଧୀନରେ ତଦନ୍ତ ହୋଇ ଉକ୍ତ ୫ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ସଂଘବଦ୍ଧ ଆକ୍ରମଣରେ ସେନା କର୍ମଚାରୀ କାଳୀପଲ୍ଲୀ ଗ୍ରାମର ଜେ.ଦୀଲେଶ୍ବର ପାତ୍ର ହତ୍ୟା ଘଟଣାର ଶୁକ୍ରବାର ସନ୍ଧ୍ୟାରେ ପର୍ଦ୍ଦାଫାଶ କଲା ଗଞ୍ଜାମ ପୋଲିସ ପ୍ରଶାସନ । ଏହି ହତ୍ୟା ଘଟଣାରେ ୫ ଜଣକୁ ଗିରଫ କଲା ଚମାଖଣ୍ଡି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ କାଳିପଲ୍ଲୀ ଗ୍ରାମର ଜେ.କଲ୍ୟାଣୀ ପାତ୍ର, ସିଏଚ୍‌. ଶେଖର, ବି. ଚେନେୟା, ନିମଖଣ୍ଡି ଥାନା ଅଞ୍ଚଳର ବି. ବୁଲୁ ପାତ୍ର ଓ ସିଏଚ. ବିକି କୁମାର ପାତ୍ର ବୋଲି ଘଟଣା ସମ୍ପର୍କରେ ସାମ୍ବାଦିକ ସମିଳନୀରେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ଡିସେମ୍ବର ୩ ତାରିଖରେ କାଳୀପଲ୍ଲୀ ଗ୍ରାମର ସେନା କର୍ମଚାରୀ ଜେ.ଦୀଲେଶ୍ବର ପାତ୍ର ଗୋପାଳପୁରରୁ କ୍ରିକେଟ ଖେଳ ସାମାରୋହରେ ମଉଜ କରିଥିବା ବେଳେ ଦିଲେଶ୍ୱର ଟାର୍ଗେଟରେ ଆସିଥିଲେ ବୋଲି କୁହାଯାଏ । ସେ ଘରକୁ ଫେରୁଥିବା ବେଳେ କିଛି ଜଣ ଦୁର୍ବୃତ୍ତ ହରିପୁର ଛକ ନିକଟରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତ ୬ତାରିଖରେ ତାଙ୍କର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ଗିରଫମାନଙ୍କ ଠାରୁ ପୋଲିସ ଦୁଇଟି ମୋବାଇଲ ଫୋନ ଓ ଦୁଇଟି ଗାଡି ଜବତ କରିଛି । ସେନା କର୍ମଚାରୀ ଜେ.ଦିଲେଶ୍ବର ପାତ୍ର ସେ କିଛି ଦିନ ତଳେ ଝିଅ ଜନ୍ମ ପରେ ଛୁଟିରେ ଘରକୁ ଆସିଥିଲେ । ଆଉ ସେ ଝିଅର ୨୧ଦିନ ପରେ ପୁଣି ଚାକିରିରେ ଯୋଗ ଦେଇଥାନ୍ତେ ବୋଲି କୁହାଯାଏ । କିନ୍ତୁ ଦୁର୍ଭାଗ୍ୟ ବଶତଃ କ୍ରିକେଟ ଖେଳରୁ ମହାଭାରତ ହୋଇ ବୀରଯବାନଙ୍କ ମୃତ୍ୟୁ ଘଟିଛି । ଏହା ଯେ, ସମଗ୍ର ଗଞ୍ଜାମ ଜିଲ୍ଲା ପାଇଁ ଏକ ବିରଳ ଘଟଣା ବୋଲି ସାଧାରଣରେ ଆଲୋଚ୍ୟ ସୃଷ୍ଟି କରିଛି । ଘଟଣା ସମ୍ପର୍କରେ ଆହୁରି ରହସ୍ୟ ଓ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ଅନ୍ୟ ବ୍ୟକ୍ତି ମଧ୍ୟ ଧରା ପଡ଼ିବେ ବୋଲି ସୂଚନାରେ କୁହାଯାଇଛି । ପ୍ରକୃତ ସତ୍ୟତା ଉଦ୍ଧାର କରିବାରେ ପୋଲିସ ତଦନ୍ତ ଚଲାଇଛି ।

Leave A Reply

Your email address will not be published.

error: Content is protected !!