ବିଶ୍ୱ ପର୍ଯ୍ୟଟନ ଦିବସରେ ସବୁଜ ଡେଲାଙ୍ଗ ଟ୍ରଷ୍ଟର ସ୍ୱଚ୍ଛତା ବାର୍ତ୍ତା ପ୍ରଚାର କଲେ ହୃଷୀକେଶ ପାଢୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣାଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ଆଇନଜୀବୀ ତଥା ପରିବେଶ ପ୍ରେମୀ ହୃଷୀକେଶ ପାଢୀ, ସଂପାଦକ ସୋମନାଥ ସେନାପତି, ପ୍ରକାଶ ପାଢୀ ପ୍ରମୁଖ ଡେଲାଙ୍ଗ ବ୍ଳକରେ ଥିବା ପର୍ଯ୍ୟଟନ ପୀଠ ଗୁଡିକର ସ୍ବଚ୍ଛତା ବଜାୟ ରଖିବା ପାଇଁ ନିବେଦନ କରିଥିଲେ । ଏହି ଅବସରରେ ଗାନ୍ଧୀପୀଠ ବେରବୋଇରୁ ଯାତ୍ରାରମ୍ଭ କରି ବୌଦ୍ଧକୀର୍ତ୍ତିରାଜି ବହନ କରୁଥିବା ଅରାଗଡ ପାହାଡ(ଐରଗଡ)ରେ ପହଞ୍ଚି ପର୍ଯ୍ୟଟନ ପୀଠ ଗୁଡିକର ସ୍ୱଚ୍ଛତା ବଜାୟ ରଖିବା, ଅଳିଆ ଆବର୍ଜନା ତଥା ଛେପ ଏଣେତେଣେ ନ ପକାଇ ଡ଼ଷ୍ଟବିନରେ ପକାଇବା ସହ ପରିବେଶ ପ୍ରଦୂଷିତ ନ କରିବା ପାଇଁ ନିବେଦନ କରିଥିଲେ ।

Leave A Reply

Your email address will not be published.