ଗଞ୍ଜାମ ଜିଲ୍ଲାର ୧୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ବ୍ରହ୍ମପୁର ମହାନଗର ନିଗମ ଏବଂ ହିଞ୍ଜିଳି ପୌରପରିଷଦ ନିର୍ବାଚନ ସକାଶେ ପର୍ଯ୍ୟବେକ୍ଷକ ନିଯୁକ୍ତି
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ବ୍ରହ୍ମପୁର ମହାନଗର ନିଗମ ଏବଂ ଜିଲ୍ଲାର ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌରପରିଷଦ ନିର୍ବାଚନ ସକାଶେ ପର୍ଯ୍ୟବେକ୍ଷକ ଭାବେ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟ ସରକାର ଦାୟିତ୍ୱ ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ସାଧାରଣ ନିର୍ବାଚନ, ୨୦୨୨ ପରିଚାଳନା ଦିଗରେ ଏହି ପର୍ଯ୍ୟବେକ୍ଷକ ନିଯୁକ୍ତ । ଜିଲ୍ଲାର ସମସ୍ତ ବିଜ୍ଞାପିତ ଅଞ୍ଚଳ ଓ ପୌରପରିଷଦ ନିର୍ବାଚନ ସକାଶେ ବିଶ୍ଵନାଥ ସାହୁ , ଅତିରିକ୍ତ କମିଶନର, ଅତିରିକ୍ତ ରିଭିଜନାଲ କୋର୍ଟ, ଭୁବନେଶ୍ୱର ଅଣ୍ଡର ମେମ୍ବର ବୋର୍ଡ ଅଫ ରେଭେନ୍ୟୁ, ଓଡିଶା କଟକଙ୍କ ଯୋଗାଯୋଗ ଟେଲିଫୋନ ନମ୍ବର ୯୪୩୭୦ ୫୨୨୩୯ ପ୍ରଦାନ କରାଯାଇଛି । ସେହିଭଳି କେବଳ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ସକାଶେ ନୃସିଂହ ଚରଣ ସ୍ବାଇଁ ଅତିରିକ୍ତ ସେକ୍ରେଟାରି ଟୁ ଗଭର୍ମେଣ୍ଟ, ଫାଇନାନ୍ସ ଡିପାଟ୍ମେଣ୍ଟ, ଓଡିଶା ଭୁବନେଶ୍ୱରଙ୍କ ଯୋଗଯୋଗ ଟେଲିଫୋନ ୯୪୩୭୦ ୮୭୯୭୫ନମ୍ବରକୁ ଯୋଗାଯୋଗ ନିମନ୍ତେ ଦିଆଯାଇଛି । ରାଜନୈତିକ ଦଳ, ନିର୍ବାଚନରେ ପ୍ରତିଦ୍ୱନ୍ଦୀ କରୁଥିବା ପ୍ରାର୍ଥି କିମ୍ବା ସର୍ବସାଧାରଣ ଉକ୍ତ ନମ୍ବରକୁ ଟେଲିଫୋନ କରି ନିର୍ବାଚନ ସମ୍ପର୍କରେ ସେମାନଙ୍କ ଆପତ୍ତି ଅଭିଯୋଗ ଭଲ ମନ୍ଦ ଜଣାଇ ପାରିବେ ବୋଲି ସୂଚନା ଦିଆଯାଇଛି ।