oom

ବୃକ୍ଷରୋପଣ ପାଇଁ ଅଂଟାଭିଡ଼ିଲା ବଲାଙ୍ଗିର ପୌର ପରିଷଦ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ବଢ଼ିଚାଲିଥିବା ପ୍ରଚଣ୍ଡ ରୌଦ୍ରତାପକୁ ଆଖି ଆଗରେ ରଖି ଏବେ ବଲାଙ୍ଗିର ପୌରାଂଚଳରେ ବୃକ୍ଷରୋପଣ ପାଇଁ ଅଂଟାଭିଡ଼ିଛି ବଲାଙ୍ଗିର ପୌର ପରିଷଦ । ଏଥିପାଇଁ ଆଜି ମ୍ୟୁନିସିପାଲିଟି ସମ୍ମିଳନୀ କକ୍ଷରେ ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ସଭାର ଆୟୋଜନ କରାଯାଇଥିବା ବେଳେ ଏଥିରେ ବଲାଙ୍ଗିର ସହରର ବହୁ ବୃକ୍ଷରୋପଣ ପ୍ରତି ଗୁରୁତ୍ୱ ଦେଉଥିବା ବହୁ ସଂଗଠନର କର୍ମକର୍ତ୍ତାମାନେ ଯୋଗଦାନ କରି ନିଜର ବହୁମୂଲ୍ୟ ମତାମତ ପ୍ରଦାନ କରିଛନ୍ତି । ଏହି ଆଲୋଚନା ସଭାରେ ମ୍ୟୁନିସିପାଲିଟି ଅଧିକାରୀ ଓ କର୍ମଚାରୀମାନଙ୍କ ସହ କାଉନ୍‌ସିଲର୍‌ମାନେ ମଧ୍ୟ ଯୋଗଦାନ କରିଛନ୍ତି । ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ କହିଛନ୍ତି ଯେ, ଆଗାମୀ ଦିନରେ ବଲାଙ୍ଗିର ପୌରାଂଚଳକୁ ସବୁଜ ସୁନ୍ଦର କରିବା ଦିଗରେ ବଲାଙ୍ଗିର ପୌର ପରିଷଦ ଅଂଟାଭିଡ଼ିଛି । ସହରବାସୀଙ୍କ ମଧ୍ୟରେ ବୃକ୍ଷରୋପଣ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆସନ୍ତା ୩୦ ତାରିଖ ଦିନ ଏକ ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ହେବ । ପ୍ରତ୍ୟେକ ସହରବାସୀ ବୃକ୍ଷରୋପଣ ପ୍ରତି କିଭଳି ଆକୃଷ୍ଟ ହେବେ ସେଥିପାଇଁ ସଚେତନତା ସୃଷ୍ଟି କରାଯିବ । ବୃକ୍ଷରୋପଣ ପାଇଁ ଆଗେଇ ଆସୁଥିବା ସମସ୍ତ ସଂଗଠନର କର୍ମକର୍ତ୍ତାଙ୍କୁ ଏ ଦିଗରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ କହିଛନ୍ତି ।

jittmm
Leave A Reply

Your email address will not be published.