କଳାହାଣ୍ଡି, (ହେମନ୍ତ ସାହୁ) : ଏକ ତରଫା ପ୍ରେମର ଏକ ବିଭତ୍ସ କାହାଣୀ ସାମ୍ନାକୁ ଆସିଛି । ଏକ ତରଫା ପ୍ରେମରେ ପାଗଳ ପ୍ରେମିକର ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି । ଯୁବତୀଙ୍କୁ ଛୁରି ଭୁସି ଦେଇଛି ଯୁବକ । ସୂଚନାନୁସାରେ, ଯୁବତୀ ଜଣକ ଓ ମାଆ ପୋଖରୀରୁ ଗାଧୋଇ ଫେରୁଥିବା ସମୟରେ ଅଭିଯୁକ୍ତ ତିଲକର ନାଏକ ଛୁରୀରେ ପ୍ରଥମେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଯୁବତୀ ଓ ତାଙ୍କ ମାଆ ଗୁରୁତର ହୋଇ ପଡ଼ିଥିଲେ । ସଙ୍ଗେ ସଙ୍ଗେ ସେମାନଙ୍କୁ ହସ୍ପିଟାଲ ନିଆ ଯାଇଥିଲା। ହସ୍ପିଟାଲରେ ଡାକ୍ତର ୫୫ ବର୍ଷୀୟ ମାଆ ସିନ୍ଧୁ ବାଗ ମୃତ ଘୋଷଣା କରିଛନ୍ତି । ଯୁବତୀ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ଅଭିଯୁକ୍ତ ମଧ୍ୟ ସେହି ଗାଁର ବୋଲି ଜଣାପଡ଼ିଛି । ଅଭିଯୁକ୍ତକୁ ଅଟକ ରଖି କେସିଙ୍ଗା ପୋଲିସ ତଦନ୍ତ ଆରମ୍ଭ କରିଛି । କେସିଙ୍ଗା ଥାନା କର୍ଲାଖୁଣ୍ଟା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।