centurian jitm

ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ଵାରା ଜିଲ୍ଲାରେ ବିହନ ପରୀକ୍ଷାଗାର ଉଦ୍‌ଘାଟିତ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରଙ୍ଗେଇଲୁଣ୍ଡାଠାରେ ଥିବା ଆଞ୍ଚଳିକ କୃଷି ତାଲିମ ସମ୍ପ୍ରସାରଣ ପ୍ରତିଷ୍ଠାନ ପରିସରରେ ଜିଲ୍ଲାର ବିହନ ପରୀକ୍ଷାଗାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ କରକମଳରେ ବୁଧବାର ଉଦ୍‌ଘାଟିତ ହୋଇଯାଇଛି । ଦକ୍ଷିଣାଞ୍ଚଳ ଜିଲ୍ଲା ସକାଶେ ଏହା ଖୁସି ଖବର । ରାଜ୍ୟର ଭୁବନେଶ୍ୱରଠାରେ ପ୍ରଥମ ବିହନ ପରୀକ୍ଷାଗାର ସ୍ଥାପିତ ହୋଇଥିବା ବେଳେ ଏହା ଦ୍ଵିତୀୟ ପରୀକ୍ଷାଗାର ଭାବେ ଲୋକାର୍ପଣ କରାଯାଇଛି । ପ୍ରକାଶ ଥାଉକି ଏହି ପରୀକ୍ଷାଗାର ଦକ୍ଷିଣାଞ୍ଚଳର ୧୦ ଗୋଟି ଜିଲ୍ଲାରୁ ୪୦ ପ୍ରକାରର ବିହନ କିସମ ପରୀକ୍ଷା କରାଯିବ । ଏଠାରେ ବିହନର ଶୁଦ୍ଧତା, ଆଦ୍ରତା, ଗଜାଶକ୍ତି ଅନାନ୍ୟ ଶସ୍ୟ କିସମ, ବିହନ ସ୍ୱାସ୍ଥ୍ୟ, ପୋକ ଦ୍ୱାରା କ୍ଷୟକ୍ଷତି ଇତ୍ୟାଦି ପରୀକ୍ଷା କରାଯିବ । ଜିଲ୍ଲାପାଳ ଶ୍ରୀ ପରିଡା ପରୀକ୍ଷାଗାର ପରିସରରେ ଇଏଲ୍‌ଆଇସା ରିଡର (ବିଭିନ୍ନ ପ୍ରକାର ଭୂତାଣୁ ଜନିତ ରୋଗର ପରୀକ୍ଷଣ ସକାଶେ ଉଦ୍ଧିଷ୍ଟ) ଯନ୍ତ୍ର ସ୍ଥାପନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦିଲ୍ଲୀପ କୁମାର ଖୁଣ୍ଟିଆ, ଉପକୃଷି ଅଧିକାରୀ ବସନ୍ତ କୁମାର ଦେ, ଏସ୍‌ସିଓ ଅରୁଣ କୁମାର ବେହେରା, କୁମର ବର ପ୍ରଧାନ, ବ୍ରହ୍ମପୁର କୃଷି ଜିଲ୍ଲା ଅଧିକାରୀ ଅକ୍ଷୟ କୁମାର ସାହୁ, ଗୋଷ୍ଠୀ କୃଷି ଅଧିକାରୀ ବିଦୁର ସେଠ ମାଝୀ, ଅଜିତ ମହାପାତ୍ର, ପ୍ରଶାନ୍ତ କୁମାର ନାଥ, ସହକାରୀ କୃଷି ଅଧିକାରୀ ଶୁଭଶ୍ରୀ ଜେନା, ଭାନୁପ୍ରିୟା ମିଶ୍ର ସୁଭଦ୍ରା ରାଣୀ ମଲ୍ଲିକ, କୃଷି କର୍ମଚାରୀ ଅନ୍ତର୍ଯ୍ୟାମୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!