ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ଶିକ୍ଷା ବିଭାଗର ଅତିରିକ୍ତ ଡାଇରେକ୍ଟର ରାଜଶ୍ରୀ ପଟ୍ଟନାୟକ ବିଦ୍ୟାଳୟ ପରିଦର୍ଶନରେ ଆସିବା ସମୟରେ ସ୍ଥାନୀୟ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରକୁ ପରିଦର୍ଶନ କରିଥିଲେ । ଅତିରିକ୍ତ ଡାଇରେକ୍ଟର ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକଙ୍କ ସମେତ ଏଡିଇଓ ଶ୍ରୀମତି ଅମୃତା ସାହୁ, ଜେଣ୍ଡର କର୍ଡିନେଟର ସ୍ୱର୍ଣ୍ଣପ୍ରଭା ମାଡମ୍, ଝାରବନ୍ଧ ବିଇଓ ଶୁଭମ୍ କୁମାର ପତି, ରାଜବୋଡାସମ୍ବର୍ ବିଇଓ ଲୋକନାଥ ଭୋଇ ବିଦ୍ୟାଳୟ ପରିଦର୍ଶନ ପାଇଁ ଆସିଥିଲେ । ଏଡିସନାଲ ଡାଇରେକ୍ଟର ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ୧୯୯୨-୧୯୯୭ ମସିହାରେ ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ ଥିଲେ ଏବଂ ତାଙ୍କର ସ୍ମୃତି ଚାରଣ କରିଥିଲେ । ଛାତ୍ରୀମାନଙ୍କୁ ଭଲ ପାଠପଢି ସୁନାଗରିକ ହେବା ପାଇଁ ଉଦବୁଦ୍ଧ କରିଥିଲେ । ଏଡିଇଓ ଶ୍ରୀମତି ଅମୃତା ସାହୁ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ବାର୍ଷିକ ପରୀକ୍ଷା ପାଇଁ ଦିଗଦର୍ଶନ ଦେଇଥିଲେ । ଏହି ପରିଦର୍ଶନରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।