ଅତିରିକ୍ତ ଜିଲ୍ଲାପାଳଙ୍କ ୫ଟି ସ୍କୁଲ ପରିଦର୍ଶନ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଡୁଡୁକା ପଞ୍ଚାୟତରେ ୫ଟି ସ୍କୁଲ ଭାବେ ରୂପାନ୍ତରିତ ହୋଇଥିବା ପଲ୍ଲୀଶ୍ରୀ ନୋଡାଲ ହାଇସ୍କୁଲକୁ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସ୍କୁଲରେ ନିର୍ମାଣାଧୀନ ସ୍ମାର୍ଟ କ୍ଳାସ୍‌ ରୁମ୍‌, ଇ-ଲାଇବ୍ରେରୀ, ବିଜ୍ଞାନାଗାର, କମ୍ପ୍ୟୁଟର ପ୍ରକୋଷ୍ଠ, ଖେଳ ପଡିଆ ଆଦି ପରିଦର୍ଶନ କରିବା ସହ ନିର୍ଦ୍ଦିଷ୍ଟ ସମୟରେ ନିର୍ମାଣ କାମ ଶେଷ କରିବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ବିଡିଓ ଶଙ୍କର କେରକେଟା, ଜେଇ, ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ସାହୁ, ସ୍କୁଲ ପରିଚାଳନା କମିଟି ସଭାପତି ଆଶୋକ ପଟେଲ, ଦୁଲେଶ୍ୱର ପୋଢ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.