centurian jitm

ବଲାଙ୍ଗିର ଶିକ୍ଷା ଜିଲ୍ଲାର ଛାତ୍ରଛାତ୍ରୀମାନେ ପାଇକମାଲ ହାଇସ୍କୁଲ ପରିଦର୍ଶନ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ବଲାଙ୍ଗିର ଶିକ୍ଷା ଜିଲ୍ଲାର ଛାତ୍ରଛାତ୍ରୀମାନେ ଖପ୍ରାଖୋଲ ଏବିଇଓ ରୁଦ୍ରଦେବ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ୨୩୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅବିଭାବକ ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଲ ପରିଦର୍ଶନ କରିଛନ୍ତି । ବିଦ୍ୟାଳୟର ବିଜ୍ଞନାଗାର, ପାଠାଗାର, ଆଇ ଟି କକ୍ଷ, ଆର ଏମ୍ କକ୍ଷ, ଭୂଗୋଳ ପ୍ରୟୋଗଶାଳା ଓ ବିଦ୍ୟାଳୟ ପରିସରରେ ଥିବା ପ୍ରେକ୍ଷାଳୟ , ବ୍ୟାୟାମଶାଳା, ଔଷଧୀୟ ବଗିଚା ପରିଦର୍ଶନ କରି ସମସ୍ତ ବ୍ୟବସ୍ଥାର ଭୂୟସୀ ପ୍ରଶଂସା କରିଥିଲେ । ଏବିଇଓ ରୂଦ୍ରଦେବ ଷଡ଼ଙ୍ଗୀଙ୍କ ସହିତ, ୬ ଜଣ ସିଆରସିସି, ୬ ଜଣ ପ୍ରଧାନ ଶିକ୍ଷକ, ୧୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ୮ ଜଣ ବ୍ଲକ ସହକର୍ମୀ ପରିଦର୍ଶନରେ ଆସିଥିଲେ । ପାଇକମାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରଜତ କୁମାର ସାହୁ, ଲଳିତ କୁମାର ବିଶ୍ୱାଳ, ମନୋଜ କୁମାର ସାହୁ ଓ ଜଗବନ୍ଧୁ ସ୍ୱାଧୀନ ସମସ୍ତଙ୍କୁ ବିଦ୍ୟାଳୟ ପରିଦର୍ଶନରେ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.