ଭବାନୀପାଟଣାଠାରେ ଖବରକାଗଜ ବିତରକମାନଙ୍କୁ ପରିଚୟ ପତ୍ର ପ୍ରଦାନ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଖବରକାଗଜ ବିତରକମାନଙ୍କୁ ପରିଚୟ ପତ୍ର ପ୍ରଦାନ କାର୍ୟ୍ୟ ଅନୁଷ୍ଠିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ଗତ ୨୩/୧୨/୨୦୨୧ ରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭସି ମାଧ୍ୟମରେ ଖବର କାଗଜ ବିତରକମାନଙ୍କୁ କୋଭିଡ ସହାୟତା ରାଶି ଟ ୬୦୦୦/- ପ୍ରଦାନ କରିଥିଲେ । ଏହି ପରିପେକ୍ଷୀରେ କଳାହାଣ୍ଡି ଜିଲ୍ଲା ପାଇଁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟଳୟ ଦ୍ଵାରା ୮୭ ଜଣ ହକରମାନଙ୍କ ଅନୁମୋଦିତ ତାଲିକା ପ୍ରସ୍ତୁତ କରାଯାଇ ପରିଚୟ ପତ୍ର ପ୍ରସ୍ତୁତ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ ବେହେରାଙ୍କ ସଂଯୋଜନାରେ ଅତିରିକ୍ତ ଜିଲ୍ଲାପାଳ ପଟେଲ ହକରମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ । ଏହି ପରିଚୟ ପତ୍ର ଗ୍ରହଣ କରି ହକର୍ ମାନେ ରାଜ୍ୟ ସରକାରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ସଭାରେ ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳ, ଗଣ ମାଧ୍ୟମ ପ୍ରତିନିଧି ତଥା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.