ପଦ୍ମପୁର, (ନିରୋଜ କୁମାର ପାଣୀ) : ଏବେ ଚାଲିଛି ପୂଜା ପାର୍ବଣ ଋତୁ । ନୂଆଁଖାଇ ଠାରୁ ଆରମ୍ଭ କରି ଦଶହରା ପର୍ଯ୍ୟନ୍ତ ଗାଁ ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ହେଲେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ଯୁବକମାନଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ । ଅଳ୍ପ ବୟସରେ ଖୋଲା ମଞ୍ଚରେ ବିଚାରକ ଭାବରେ ଦେଖିବାକୁ ମିଳେ ତିନି ସାଙ୍ଗକୁ । ସେମାନେ ହେଲେ ଡୁଡୁ ସାହାଣୀ, ଇଶ୍ଵର ମେହେର ଓ ରାନୀ ସୁପାକାର । ଜାମସେଠ ଗାଁର ଡୁଡୁ ସାହାଣୀ, ସିଙ୍ଗନପୁରର ଇଶ୍ଵର ମେହେର ଓ ପାଇକମାଲର ରାନୀ ସୁପାକାର ସମସ୍ତେ ନୃତ୍ୟର କୋରିଓଗ୍ରାଫର ଭାବରେ ଅଞ୍ଚଳରେ ବେଶ ଜଣାଶୁଣା । ସେମାନେ ଏନେକ ସ୍ଥାନରେ କୋରିଓଗ୍ରାଫର ଭାବରେ କାମ କରିଥାନ୍ତି । ଗାଁ ଗହଳିର ଯୁବକମାନଙ୍କ ମଧ୍ୟରେ ପ୍ରତିଭା ଲୁଚି ରହିଛି । ଯଦି ଆମକୁ ଭଲ ସୁଯୋଗ ମିଳନ୍ତା ଆମେ ଆଗକୁ ଆହୁରି ଯାଇପାରିବୁ ବୋଲି ୩ ଜଣ କହିଛନ୍ତି ।
Prev Post