ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବର୍ଣ୍ଣାଢ଼୍ୟ ସମାରୋହରେ ଜାତୀୟ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନଗରରେ ଘୋଷବାଦ୍ୟ ସହିତ ନଗର ପରିଭ୍ରମଣ ସଞ୍ଚଳନ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ତାଙ୍କରି ଜୀବନୀଚରିତ୍ର ଉପରେ ଆଲୋକପାତ କରିଥିଲେ । ଆଚାର୍ଯ୍ୟ କୈଳାସ ଚନ୍ଦ୍ର ଶତପଥି ଶିଶୁ ଦିବସ ପାଳନର ଉଦ୍ଦେଶ୍ୟ ଓ ମହତ୍ତ୍ୱ ସଂପର୍କରେ ଗୁରୁତ୍ୱାରୋପ କରିଥିଲେ । ଶିଶୁ ଦିବସ ଅବସରରେ ସ୍ଥାନୀୟ ସହରର ଘୋଷଯାତ୍ରା ସହିତ ଏନସିସି, ସ୍କାଉଟ ଓ ଗାଇଡସ ପିଲାମାନଙ୍କ ସହିତ ଆଚାର୍ଯ୍ୟ ମନୋରଞ୍ଜନ ଦାଶ, ସୁକାନ୍ତ ସାହୁ, ସ୍କାଉଟ ମାଷ୍ଟର ଶିବ ପ୍ରସାଦ ପଟ୍ଟନାୟକ, ଏନସିସି ମାଷ୍ଟର ଡି.ଗଣେଶ ରେଡି ଓ ଆଚାର୍ଯ୍ୟା ବିନୀତା ପାତ୍ର, ସଙ୍ଗୀତା ପଢିଆରୀ, ସୋମନାଥ ନାହାକ ପ୍ରମୁଖ ଯୋଗଦେଇ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।
Prev Post