lika

ମାଧବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ପରିବେଶ ଦିବସ ପାଳିତ

gbag

ଗୁରୁଡିଝାଟିଆ : ପରିବେଶ ସୁସ୍ଥ ଓ ସୁନ୍ଦର ରହିଲେ ଜୀବ ଜଗତର ଆୟୁବୃଦ୍ଧି ହେବ । ପୃଥିବୀ ଖିଲିଖିଲି ହସିଉଠିବ । ଏହାକୁ ସନ୍ତୁଳିତ ଭାବରେ ଗଢିତୋଳିବା ଦାୟିତ୍ୱ ଆମ ସମସ୍ତଙ୍କ ବିଶେଷତଃ ପରିବେଶ ସୁରକ୍ଷା ଦିଗରେ ବିଦ୍ୟାର୍ଥୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଭୂବନେଶ୍ୱର ପରିବେଶ ସଂରକ୍ଷଣ ସୁରକ୍ଷା ଅଭିଯାନ ତରଫରୁ ମାଧବପୁରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ପରିବେଶ ଦିବସ ଉପଲକ୍ଷେ ଆୟୋଜିତ ଉତ୍ସବରେ ଅନୁଷ୍ଠାନର ସଭାପତି ଡଃ ପ୍ରଦୀପ ରଥ ଓ ବରିଷ୍ଠ ସଦସ୍ୟ ଡଃ ନରାୟଣ ତ୍ରିପାଠୀ ଉପସ୍ଥିତ ରହି ଉପରୋକ୍ତ ମତପ୍ରକାଶ କରିବା ସହ ବାଳିକାମାନଙ୍କ ସହିତ ମିଶି ବୃକ୍ଷରୋପଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସବିତା ଘଡେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସଂଗଠନର ଅନ୍ୟତମ ଆଜୀବନ ସଦସ୍ୟ ଗୋପିକଲ୍ୟାଣ ମହାପାତ୍ର ଓ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ୱେତପଦ୍ମା ମହାନ୍ତି ପ୍ରମୁଖ ପରିବେଶର ଉପକାରିତା ସହିତ ବୃକ୍ଷ ଆମର ବନ୍ଧୁ ବୋଲି ଉପସ୍ଥିତ ଛାତ୍ରୀମାନଙ୍କୁ କହିଥିଲେ ।

babaa
Leave A Reply

Your email address will not be published.