ls

ଧର୍ମ ପରାୟଣା ମହିଳା ପାର୍ବତୀ ସାହୁଙ୍କ ପରଲୋକ

sb

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ଅନ୍ତର୍ଗତ ମିଠାପାଲି ଗ୍ରାମର ଗୈାନ୍ତିଆ ସ୍ୱର୍ଗତ ଭୂମିଧର ସାହୁଙ୍କ ବୋହୁ ପାର୍ବତୀ ସାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ଦୀର୍ଘ ଏକ ମାସ ହେଲା ଭଲ ନ ଥିଲା । ଗତକାଲି ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ଆଡ଼କୁ ଗତି କରିବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ପଦ୍ମପୁର ସରକାରୀ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପ୍ରକାଶ ଯୋଗ୍ୟ ଯେ, କରୋନା ମହାମାରୀ ପାଇଁ ଡାକ୍ତରମାନେ ଚିକିତ୍ସାରେ ଅବହେଳା କରିବା ଫଳରେ ଅନେକ ଗୁଡ଼ିଏ ଜୀବନ ଅଜଥାରେ ମୃତ୍ୟୁବରଣ କରୁଛନ୍ତି । ସ୍ୱର୍ଗତ ସାହୁ ହେଉଛନ୍ତି ଗୈାନ୍ତିଆ ଘରର ଦ୍ୱିତୀୟ ବୋହୁ । ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହେଉଥିଲା । ତାଙ୍କ ପୁଅ କୁମୁଦ ରଞ୍ଜନ ସାହୁ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁ ପଛରେ ସ୍ୱାମୀ ଡୋଲାମଣୀ, ପୁତ୍ର କୁମୁଦ, ଝିଅ ଚନ୍ଦନା, କୁମୁଦିନୀ, ରୂପା ବଡ଼ ଝିଅ ଜ୍ବାଇଁ ପ୍ରବୀଣ(ପପ୍ପୁ)ଙ୍କୁ ଛାଡି ଚାଲି ଯାଇଛନ୍ତି । ସେ ଜଣେ ମିଷ୍ଟଭାଷୀ ପରୋପକାରୀ, ଧର୍ମପରାୟଣା ମହିଳା ହୋଇଥିବାରୁ ମିଠାପାଲି ମୈାଜାର ଅଗଣିତ ଜନସାଧାରଣ ଗଭୀର ଶୋକ ପ୍ରକାଶ କରିଛନ୍ତି ।

pc pk
Leave A Reply

Your email address will not be published.