
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାନ୍ଧୀନଗର ପଡା ନିବାସୀ ସତ୍ୟନାରାୟଣ ପଟେଲଙ୍କ ୬୫ ବର୍ଷ ବୟସରରେ ଭୁବନେଶ୍ୱର ସ୍ଥିତ ଏଏମ୍ଏସ୍ରେ ପରଲୋକ ହୋଇଯାଇଛି । ସେ କରୋନା ରୋଗରେ ଆକ୍ରାନ୍ତ ଥିବା କୁହାଯାଇଛି । ତାଙ୍କର ଅନ୍ତିମ ସତ୍କାର ଭୁବନେଶ୍ୱରରେ ହୋଇଥିଲା । ତାଙ୍କର ସାନ ଭାଇ, ଦୁଇପୁଅ ଜ୍ୟୋତିର୍ମୟ, ନିରାମୟ ଉପସ୍ଥିତ ଥିଲେ । ସ୍ୱର୍ଗତ ପଟେଲ ଜଣେ ଭଦ୍ର, ଆମାୟିକ ଓ ପରୋପକାରୀ ବ୍ୟକ୍ତି ଥିବା ବେଳେ ବିଭିନ୍ନ ଅନୁଷ୍ଠନା ସହିତ ମଧ୍ୟ ଜଡିତ ଥିଲେ । ତାଙ୍କ ମୃତ୍ୟୁରେ ଗାନ୍ଧୀନଗରପଡା ଓ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି ।