ମୁରିବାହାଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପୁରନ୍ଦର ତରିଆଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା(ବସ୍ତି)ର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପୁରନ୍ଦର ତରିଆ(୭୨)ଙ୍କ ସୋମବାର ରାତି ୮ଟା ୫ମିନିଟ ସମୟରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ ଗତ କିଛି ମାସ ଧରି ଅସୁସ୍ଥ ଥିବାରୁ ଚିକିତ୍ସିତ ହେଉଥିଲେ । ସେ ୧୨/୦୬/୧୯୫୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ବଡ଼ପୁଅ କଣ୍ଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ ତରିଆ, ସାନପୁଅ ମୁରିବାହାଲ ବିଦ୍ୟୁତ ବିଭାଗର ଏ ଗ୍ରେଡ ଲାଇନସମ୍ୟାନ୍ ଅଜିତ ତରିଆ, ଧର୍ମପତ୍ନୀ, ଦୁଇ ବୋହୂ, ନାତିନାତୁଣୀ, ପରିବାର ଓ ଜ୍ଞାତିକୁଟୁମ୍ବ ଉପସ୍ଥିତ ଥିଲେ । ଶ୍ରୀ ତରିଆ ଜଣେ ଛାତ୍ରବତ୍ସଳ ଶିକ୍ଷକ ରୂପେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରି ପ୍ରଧାନଶିକ୍ଷକ ରୂପେ ଅବସର ଗ୍ରହଣ କରିଥିଲେ । ସେ ମୁରିବାହାଲ ସାର୍ବଜନୀନ ଦୁର୍ଗାପୂଜା ମହୋତ୍ସବ କମିଟିର ଜଣେ ପ୍ରତିଷ୍ଠାତା ସଦସ୍ୟ ଓ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ମଧ୍ୟ ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ । ପରଲୋକ ଖବର ପାଇ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ଗ୍ରାମବାସୀ ତାଙ୍କ ଶେଷ ଦର୍ଶନ କରି ଶବାଧାରରେ ସାମିଲ ହୋଇଥିଲେ । ମଙ୍ଗଳବାର ସକାଳେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ବଡ ପୁଅ ଅଶୋକ ତରିଆ ମୁଖାଗ୍ନି ଦେଇଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.