ଭାଜପା କାର୍ଯ୍ୟକର୍ତ୍ତା ବିନାୟକ ବେହେରାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମ ପଞ୍ଚାୟତ ଡୁଡୁକିଦାଦର ଗ୍ରାମର ବିନାୟକ ବେହେରା (୫୬)ଙ୍କ ଗୁରୁବାର ଦିନ ଦେହାନ୍ତ ହୋଇଛି । ତାଙ୍କ ମୁହଁରେ ଘା ହୋଇ ଜ୍ୱର ହେଉଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା କରାଉଥିଲେ । ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ଯୋଗୁଁ ବିକାଶ ହସ୍ପିଟାଲ, ବରଗଡକୁ ନେଉଥିବା ସମୟରେ ୩.୪୦ଟାରେ ତାଙ୍କ ମୃତ୍ୟୁ ହୋଇଥିଲା । ସେ ଭାରତୀୟ ଜନତା ପାର୍ଟିର ସକ୍ରିୟ କାର୍ଯ୍ୟକର୍ତ୍ତା ଥିଲେ । ସେ ଦଳର ପ୍ରାୟ ସମସ୍ତ କାର୍ଯ୍ୟକ୍ରମରେ ଜଡ଼ିତ ରହୁଥିଲେ । ନିଜ ଗାଁର ଗ୍ରାମ କମିଟିର ସଂପାଦକ ଓ କୋଷାଧ୍ୟକ୍ଷ ଦାୟିତ୍ଵ ମଧ୍ୟ ତୁଳାଇଥିଲେ । ତାଙ୍କ ଶବ ସଂସ୍କାର ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ବିନୋଦ ବିହାରୀ ବାଗଙ୍କ ନେତୃତ୍ୱରେ ଗଣେଶ ସାହୁ, ଦୟାସାଗର ନାୟକ, ଗୋବିନ୍ଦ ବରିହା, ସୁଶାନ୍ତ କୁମ୍ଭୀରଙ୍କ ସମେତ ବିଜେପିର କାର୍ଯ୍ୟକର୍ତ୍ତାମାନେ କାଠ ସଂଗ୍ରହ କରି ଗାଁ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରିଥିଲେ । ତାଙ୍କ ଜ୍ୟେଷ୍ଠ ପୁତ୍ର ବିଭୂତି ବେହେରା ମୁଖାଗ୍ନି ଦେଇଥିଲେ । ସେ ତାଙ୍କ ପଛରେ ପତ୍ନୀ ତିଲୋତ୍‌ତ୍ତମା ବେହେରା ଓ ଦୁଇ ପୁଅ ବିଭୂତି ବେହେରା ଓ କିରନ ବେହେରାଙ୍କୁ ଛାଡ଼ି ଯାଇଛନ୍ତି । ତାଙ୍କ ଝିଅ ମାଧୁରୀର ବିବାହ କରି ସାରିଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.