ଅବସରପ୍ରାପ୍ତ ଷ୍ଟାଟିଷ୍ଟିକାଲ୍‌ ଅଫିସର ବାଳକୃଷ୍ଣ ଯୋଶୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସରପ୍ରାପ୍ତ ଷ୍ଟାଟିଷ୍ଟିକାଲ ଅଫିସର ବାଳକୃଷ୍ଣ ଯୋଶୀଙ୍କ ୭୮ ବର୍ଷ ବୟସରେ ତାଙ୍କ ମାଲପଡା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ବିଗତ କିଛି ଦିନରୁ ସ୍ନାୟବିକ ରୋଗରେ ଶଯ୍ୟାଶାୟୀ ଥିଲେ । ଶ୍ରୀ ଯୋଶୀ ଜଣେ ସରଳ, ଅମାୟିକ, ମିଷ୍ଟଭାଷୀ ଓ ମେଳାପୀ ବ୍ୟକ୍ତିତ୍ୱର ଅଧିକାରୀ ଭାବରେ ସମସ୍ତଙ୍କର ପ୍ରିୟ ଥିଲେ । ଶ୍ରୀ ଯୋଶୀ ପୂର୍ବତନ ଜଣାଶୁଣା କାଉନସିଲର ସ୍ୱର୍ଗତ ଭବାନୀ ଶଙ୍କର ଯୋଶୀଙ୍କ ମଧ୍ୟମ ପୁତ୍ର ଥିଲେ । ପ୍ରାୟ ୨୦ ବର୍ଷ ତଳେ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ସଫଳ ଷ୍ଟାଟିଷ୍ଟିକାଲ ଅଫିସର ଭାବରେ ଅବସର ଗ୍ରହଣ କରି ବଲାଙ୍ଗିରର ଶୈଳେଶ୍ରୀ ପେଲେସ ଅଫିସ ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ ସୂର୍ଯ୍ୟକାନ୍ତୀ ଦେବୀ, ପୁଅ ଦେବଜିତ୍‌, ସତ୍ୟଜିତ, ପ୍ରେମଜିତ୍‌, ଝିଅ ଶୁଭ୍ରାଞ୍ଜଳି ଓ ଦୀପାଞ୍ଜଳି, ପୁତ୍ରବଧୁ ଶ୍ୱେତା, ପୁତୁରା ବିଶ୍ୱଜିତ ଯୋଶୀ ଓ ପୁତୁରା ବୋହୂ ସ୍ନିଗ୍ଧା, ଜ୍ୱାଇଁ ଗତିକୃଷ୍ଣ ଯୋଶୀ, ସମସ୍ତ ଭଉଣୀ ଓ ଭିଣୋଇ ବୃନ୍ଦ ତଥା ନାତି ନାତୁଣୀ ଉପସ୍ଥିତ ଥିଲେ । ମାଲପଡାର ବିଶିଷ୍ଟ ନାଗରିକ ଓ ବନ୍ଧୁ ପରିଜନଙ୍କ ଗହଣରେ କରୋନା ନିୟମକୁ ପାଳନ କରି ତାଙ୍କ ଶେଷ କୃତ୍ୟ ବିଭୂତିପଡା ଶ୍ମଶାନରେ ସମାପନ ହୋଇଥିବା ବେଳେ ବଡ ପୁଅ ଦେବଜିତ୍‌ ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!