ବଲାଙ୍ଗିର, (କେପିଏନ୍ଏସ୍) : ସୁନାମଧନ୍ୟ ଆଦର୍ଶ ଶିକ୍ଷକ ଭାବଗ୍ରାହୀ ଖମାରୀ(୮୮)ଙ୍କ ପରଲୋକ ହୋଇଯାଇଛି । ସୂଚନା ଅନୁସାରେ ଗତରାତି ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ଶାନ୍ତିପଡା ସ୍ଥିତ ବାସଭବନରେ ତାଙ୍କ ପରଲୋକ ହୋଇଯାଇଛି । ଆଜି ପ୍ରତ୍ୟୁଷରୁ ତାଙ୍କ ଗାଁ ଚନ୍ଦନଭାଟିକୁ ତାଙ୍କ ମରଶରୀର ନିଆଯାଇଥିବା ବେଳେ ସେଠାକାର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମାପନ ହୋଇଛି । ତାଙ୍କ ଜ୍ୟେଷ୍ଠପୁତ୍ର ବିଶ୍ୱଜିତ ଖମାରୀ ଯଥା ରୀତି ମୁଖାଗ୍ନି ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ଖମାରୀ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଖମାରୀଙ୍କ ପିତା ଅଟନ୍ତି । ଜଣେ ମେଳାପୀ, ପରୋପକାରୀ, ମିଷ୍ଠଭାଷୀ, ଛାତ୍ରବତ୍ସଳ ଆଦର୍ଶ ଶିକ୍ଷକ ଭାବରେ ସ୍ୱର୍ଗତ ଭାବଗ୍ରାହୀ ଖମାରୀ ସାରା ବଲାଙ୍ଗିର ଜିଲ୍ଲାରେ ସୁନାମ ଅର୍ଜନ କରିଥିଲେ । ତାଙ୍କ ଦେହାନ୍ତରେ ଚନ୍ଦନଭାଟି ତଥା ବଲାଙ୍ଗିର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।
Next Post