ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଉପରଝର ପଞ୍ଚାୟତର କୁହିମୁଣ୍ଡାର ଅଗ୍ରଣୀ ତଥା ସ୍ୱନାମଧନ୍ୟ ଚାଷୀ ବିରଞ୍ଚି ସାହୁ(୭୦)ଙ୍କର ଗୁରୁବାର ରାତିରେ ପରଲୋକ ହୋଇଯାଇଛି । ଗତ କିଛିଦିନ ହେଲା ସେ ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତ ସାହୁ ଜଣେ ଅଗ୍ରଣୀ ଚାଷୀ ହୋଇଥିବା ବେଳେ ଜଣେ ସଫଳ ପରିବା ଚାଷୀ ଭାବରେ ବେଶ ଜଣାଶୁଣା ଥିଲେ । ଜଣେ ଭଗବତ ପ୍ରେମୀ, ମିଷ୍ଟଭାଷୀ ବ୍ୟକ୍ତି ମଧ୍ୟ ଥିଲେ । ତାଙ୍କ ବିୟୋଗରେ ଉପରଝର ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ଶେଷ ସମୟରେ ତାଙ୍କ ପତ୍ନୀ, ପୁଅ ଶମ୍ଭୁଭୂଷଣ, ଗୋବର୍ଦ୍ଧନ, ସଂକୀର୍ତ୍ତନ ଓ ଝିଅ ଯଶୋବନ୍ତୀ ତଥା ନାତି ନାତୁଣୀ ଉପସ୍ଥିତ ଥିଲେ । କୁହିମୁଣ୍ଡା ତାଙ୍କ ନିଜ କ୍ଷେତରେ ଦାହ ସଂସ୍କାର କରାଯାଇଥିଲା । ଜ୍ୟେଷ୍ଠପୁତ୍ର ଶମ୍ଭୁଭୂଷଣ ମୁଖାଗ୍ନୀ ଦେଇଥିଲେ ।