
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମରେ ଦୀର୍ଘ ୨୪ ବର୍ଷ ଧରି ପ୍ରତି ବର୍ଷ ପାରମ୍ପରୀକ ଭାବେ ଏପ୍ରିଲ ୧୦ ତାରିଖ ଦିନଟିକୁ ପଞ୍ଚୁଦଣ୍ଡ ମହାମିଳନ ମହୋତ୍ସବ ଭାବେ ବର୍ଣ୍ଣାଢ଼୍ୟ ଏବଂ ଉତ୍ସବମୁଖର ଭାବେ ପାଳିତ ହୋଇଯାଇଛି । ଚଳିତ ବର୍ଷ ମଧ୍ୟ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବଡମାଧପୁର ଗ୍ରାମରେ ଅନୁଷ୍ଠିତ ୨୪ତମ ପଞ୍ଚୁଦଣ୍ଡ ମହାମିଳନ ନିଆରା ଶାକ୍ତ ଧର୍ମପରମ୍ପରା ଏକ ସ୍ୱତନ୍ତ୍ର ଇତିହାସ ପରିଚୟସୃଷ୍ଟି କରିଛି । ଏଥିରେ ମହାଛାଇ, ଗୋଲିଆ, ଗୁଣ୍ଠପଡା, ଲେମ୍ବାଇ ଓ ଭ୍ୟାମଶାଳୀ ଆଦି ୫ଟି ଗ୍ରାମର ଦଣ୍ଡ ଯାତ୍ରା ଦଳର ମହାକାଳୀ ଓ ମହାଦେବ ମିଳିତ ହୋଇଥିଲେ । ଏହି ମହାମିଳନ ସମୟରେ ଝୁଣାର ମହକରେ ଗ୍ରାମର ବିଭିନ୍ନ ପ୍ରାନ୍ତରୁ ମିଳନସ୍ଥଳ ପର୍ଯ୍ୟନ୍ତ ସୁଗନ୍ଧରେ ମହକି ଉଠିଥିଲା । ଢୋଲ ଓ ଝାଞ୍ଜ ନାଦରେ ଗ୍ରାମର ଗଗନ ପବନରେ ପ୍ରକମ୍ପିତ ହୋଇଉଠିଥିଲା । ଏହାକୁ ଦେଖିବା ଲାଗି ଆଖପାଖ ଅଞ୍ଚଳର ତଥା ଗଞ୍ଜାମ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା । ପଞ୍ଚୁଦଣ୍ଡ ଯାତ୍ରା ଦଳର ସାମୂହିକ ଗ୍ରାମ ପରିକ୍ରମା କାଳରେ ପ୍ରତ୍ୟେକ ଘର ସମ୍ମୁଖରେ ପୂର୍ଣ୍ଣକଳସ ସ୍ଥାପନ ହୋଇଥିବା ଏବଂ ଠାକୁରଙ୍କ ନଗର ପରିକ୍ରମଣ, ବେଢ଼ା ପରିକ୍ରମଣ ହୋଇଥିବା ଶୋଭାଯାତ୍ରା ବେଳେ ଗ୍ରାମରେ ଭକ୍ତି ଭାବାବେଗ ଓ ଆଧ୍ୟାତ୍ମିକ ଜାଗରଣର ଏକ ଅଦ୍ଭୂତ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ଏଠାରେ ପଞ୍ଚୁଦଣ୍ଡ ଯାତ୍ରାର ଧୂଳିଦଣ୍ଡ, ପାଣିଦଣ୍ଡ, ଅଗ୍ନି-ଦଣ୍ଡ, ସନ୍ଧ୍ୟା ଆରତୀ, ଓ ରାତ୍ରି କାଳୀନ ସାଂସ୍କୃତିକ ବିଦ୍ଭବ କାର୍ଯ୍ୟକ୍ରମ ଅଗଣିତ ଶ୍ରଦ୍ଧାଳୁଙ୍କୁ ଉଲ୍ଲାସସମୟ କରି ଗଢି ତୋଳି ଆଣିଥିଲା । ପଞ୍ଚୁଦଣ୍ଡ ଯାତ୍ରାରେ ପ୍ରବଳ ଭିଡ଼ ଦପରିଲକ୍ଷିତ ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପଞ୍ଚୁଦଣ୍ଡ ଯାତ୍ରା କମିଟୀ ର ମୁଖ୍ୟ ଅଧିକାରୀ ଗୁରୁ କଳାକାର ପ୍ରମୁଖଙ୍କୁ ଯାତ୍ରା ମଞ୍ଚରେ ସମ୍ୱର୍ଦ୍ଧିତ କରାଯାଇଥିଲା । ବଡମାଧପୁର ଗ୍ରାମବାସୀଙ୍କ ସକ୍ରୀୟ ସହଯୋଗରେ ଏହି ପଞ୍ଚୁଦଣ୍ଡ ଯାତ୍ରା ଖୁବ୍ ଚିତ୍ତାକର୍ଷକ ଆକର୍ଷଣୀୟ ଏବଂ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଥିଲା ।