ଓସିଏ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି

କଟକ : ଓସିଏ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି । ଓସିଏ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯାଇଛି । ପୂର୍ବରୁ ଏକମାତ୍ର ସଭାପତି ପ୍ରାର୍ଥୀ ଭାବେ ନାମାଙ୍କନ କରିଥିଲେ । ସେଥିପାଇଁ ସେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ପଦବୀ ଖାଲି ରହିଥିଲା । ସୂଚନା ଅନୁସାରେ ଗତ ୨୦୨୨ ନଭେମ୍ବରରେ ହୋଇଥିବା ନିର୍ବାଚନରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାର୍ଯ୍ୟକାଳ ଓସିଏ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । କାର୍ଯ୍ୟକାଳ ଆଗାମୀ ୨୦୨୫ ନ ଭେମ୍ୱରରେ ଶେଷ ହୋଇଥାନ୍ତା । ତାହା ପୂର୍ବରୁ ଓସିଏ ସଭାପତି ପଦରୁ ଇସ୍ତଫା ଦେଇଥିଲେ । ନିଜର ବ୍ୟକ୍ତି ଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିଲେ । ବବିଙ୍କ ଇସ୍ତଫା ପରେ ଉପସଭାପତି ଥିବା ପଙ୍କଜ ଲୋଚନ ଦାସ ଅସ୍ଥାୟୀ ସଭାପତି ଭାବରେ କାର୍ଯ୍ୟ କରୁଥିଲେ । ଓସିଏ କାଉନସିଲ ନିର୍ବାଚନରେ ପଙ୍କଜ ଲୋଚନ ମହାନ୍ତି ନିଦ୍ୱନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.