ଅଗ୍ନିପଥ ଯୋଜନା ପାଇଁ ଅନଲାଇନ୍‌ ପଞ୍ଜିକରଣ

  • ୧୬ ଫେବୃଆରୀ ୨୦୨୩ରୁ ୧୫ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗ୍ନିବୀର ଯୋଜନାରେ ନିଯୁକ୍ତି ନିମନ୍ତେ ଅନଲାଇନ୍‌ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଜ୍ଞପ୍ତିରେ ଦିଆଯାଇଥିବା ବିଭିନ୍ନ ବୟସ ବର୍ଗର ଯୋଗ୍ୟ ଆଶାୟୀମାନେ ସାଧାରଣ ପ୍ରବେଶିକା ପରୀକ୍ଷାରେ ଯୋଗ ଦେବା ପାଇଁ ଅନଲାଇନ୍‌ରେ ୧୬ ଫେବୃଆରୀ ୨୦୨୩ରୁ ୧୫ ମାର୍ଚ୍ଚ ୨୦୨୩ ମଧ୍ୟରେ www.joinindianarmy.nic.in ୱେବସାଇଟ୍‌ରେ ଆବେଦନ କରିପାରିବେ । ପଞ୍ଜିକରଣ ପ୍ରକ୍ରିୟା ଏବଂ ଅଗ୍ନିବୀର ନିଯୁକ୍ତି ଯୋଜନାରେ ଆବେଦନର ଭିଡିଓ www.joinindianarmy.nic.in ୱେବସାଇଟ୍‌ରେ ଉପଲବ୍ଧ ରହିଛି । ଚଳିତ ବର୍ଷ ଠାରୁ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ପ୍ରଥମେ ଆଶାୟୀ କମ୍ପ୍ୟୁଟର ଆଧାରିତ ସାଧାରଣ ପ୍ରବେଶିକା ପରୀକ୍ଷା ଦେବାକୁ ପଡିବ । ସେଥିପାଇଁ ପ୍ରତ୍ୟେକ ଆଶାୟୀ ଅନଲାଇନ୍‌ରେ ୨୫୦ ଟଙ୍କା ଫି ଦେବାକୁ ପଡିବ । ଅନଲାଇନ୍‌ ସାଧାରଣ ପ୍ରବେଶିକା ପରୀକ୍ଷା ୧୭ ଏପ୍ରିଲ ୨୦୨୩ରୁ ୪ ମେ ୨୦୨୩ ମଧ୍ୟରେ ରାଜ୍ୟରେ ବିଭିନ୍ନ କେନ୍ଦ୍ରରେ ଆୟୋଜନ କରାଯିବ । ଆଶାୟୀଙ୍କ ସାହାଯ୍ୟ ନିମନ୍ତେ କମ୍ପ୍ୟୁଟର ଆଧାରିତ ଅଭ୍ୟାସ ପରୀକ୍ଷା www.joinindianarmy.nic.in ୱେବସାଇଟ୍‌ରେ ଉପଲବ୍ଧ ରହିଛି । ଭାରତୀୟ ସେନାରେ ଅଗ୍ନିପଥ ନିଯୁକ୍ତି ନିମନ୍ତେ ଅଗ୍ନିପଥ ଯୋଜନା ୨୦୨୨ ମସିହାରେ ଆରମ୍ଭ ହୋଇଥିଲା । ଏହି ଯୋଜନାରେ ଓଡିଶାର ବହୁତ ଯୁବ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ । ଅଗ୍ନିବୀର ପ୍ରଥମ ବ୍ୟାଚ୍‌ ୧ ଜାନୁଆରୀ ୨୦୨୩ରୁ ବିଭିନ୍ନ ସେନା ତାଲିମ କେନ୍ଦ୍ରରେ ତାଲିମରତ ଅଛନ୍ତି । ଦ୍ଵିତୀୟ ବ୍ୟାଚ୍‌ ୧ ମାର୍ଚ୍ଚ ୨୦୨୩ଠାରୁ ତାଲିମ ଆରମ୍ଭ ହେବ । ବିଭିନ୍ନ ଶିକ୍ଷାନୁଷ୍ଠାନରେ କରାଯାଉଥିବା କାର୍ଯ୍ୟକ୍ରମ ସମୟରେ ବହୁ ସଂଖ୍ୟକ ଆଶାୟୀ ଭାରତୀୟ ସେନାରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ବଲାଙ୍ଗିର ଜିଲ୍ଲାର ଇଚ୍ଛୁକ ପ୍ରାର୍ଥୀମାନେ ଅଧିକ ସୂଚନା ପାଇଁ ସେବା ନିଯୁକ୍ତି କାର୍ଯ୍ୟାଳୟ ସମ୍ବଲପୁର ସହିତ ଯୋଗାଯୋଗ କରିପାରିବେ ।

Leave A Reply

Your email address will not be published.