ଗୋପାଳପୁର ବନ୍ଦର ଆନୁକୂଲ୍ୟରେ ବିଶୁଦ୍ଧ ପାନୀୟ ଜଳ ଓ ଶିଶୁଉଦ୍ୟାନ ଲୋକାର୍ପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ଆନୁକୂଲ୍ୟରେ ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ପଞ୍ଚାୟତର ଟାକିରିଆ ବ୍ରହ୍ମପୁର ଠାରେ ଏକ ବିଶୁଦ୍ଧ ପାନୀୟ ଜଳ ଏଟିଏମ୍‌ ଏବଂ ଆର୍ଯ୍ୟପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଶିଶୁ ଉଦ୍ୟାନର ଉଦଘାଟନ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିବା ବେଳେ ଗୋପାଳପୁର ବନ୍ଦରର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଏବଂ ନିର୍ଦ୍ଦେଶକ କ୍ୟାପଟେନ ସନ୍ଦୀପ ଅଗ୍ରୱାଲ, ଉପସଭାପତି (ମାନବ ସମ୍ବଳ) ଅଜୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଚେୟାର୍‌ମ୍ୟାନ ଏମ୍. ଧନଞ୍ଜୟ ରେଡ୍ଡୀ, କଣମଣା ପଞ୍ଚାୟତର ସରପଞ୍ଚ ଏସ୍. ଚକ୍ରପାଣି ରେଡ୍ଡୀ, ଆର୍ଯ୍ୟପଲ୍ଲୀ ପଞ୍ଚାୟତର ନାଏବ ସରପଞ୍ଚ ପି. ବାବଜୀ ପ୍ରମୁଖ ଉପସ୍ଥିତ ଥିଲେ । ଗୋପାଳପୁର ବନ୍ଦର ନିକଟସ୍ଥ ଗ୍ରାମପଞ୍ଚାୟତ ଅଧିନସ୍ଥ କଣମଣାରେ ବିଶୁଦ୍ଧ ପାନୀୟ ଜଳ ସଙ୍କଟ ଦୂର କରିବା ଉଦ୍ଦେଶ୍ୟରେ ଏହି ଏଟିଏମ୍‌ ଗ୍ରାମବାସୀଙ୍କ ନିମନ୍ତେ ଉତ୍ସର୍ଗ କରାଯାଇଛି । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ୟୁରୋକାଫନ୍ସ କମ୍ପାନୀର ଆକ୍ୱାଗାର୍ଡ ବିଶୁଦ୍ଧ ଜଳ ଏଟିଏମ୍‌ ସ୍ଥାପନ କରାଯାଇଛି । ସେହିପରି ଛାତ୍ରଛାତ୍ରୀ ଏବଂ କୁନି କୁନି ପିଲାଙ୍କ ପାଇଁ ଆର୍ଯ୍ୟପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ପିଲାଙ୍କ ସର୍‌ଗରମ ଖେଳାଖେଳି ସରଞ୍ଜାମ ଗୁଡିକ ପ୍ରଦର୍ଶିତ ହୋଇଥିବା ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.