om academy

୫ ଦିନରେ କେରଳ ଛୁଇଁବ ମୌସୁମୀ : ଭାରତୀୟ ପାଣିପାଗ ବିଭାଗ

jsm

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ସାରା ଦେଶରେ ଚାଲିଥିବା ପ୍ରବଳ ଗ୍ରୀଷ୍ମପ୍ରବାହରୁ ମୁକ୍ତି ମିଳିବ । ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂଚନା ଦେଇଛି । ଆଇଏମ୍‌ଡିର ସୂଚନା ଅନୁଯାୟୀ, ଆସନ୍ତା ୫ ଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁବାକୁ ଯାଉଛି । ଆଇଏମ୍‌ଡି କହିଛି ଯେ, ଏଥର ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ପାଣିପାଗ ବିଭାଗର ଏହି ଘୋଷଣା ଦେଶରେ କୃଷି କ୍ଷେତ୍ରଠାରୁ ଆରମ୍ଭ କରି ଅର୍ଥନୀତି ପାଇଁ ଏକ ଶୁଭଖବର ବୋଲି କୁହାଯାଉଛି । ମୌସୁମୀ ପ୍ରବେଶ ପାଇଁ କେରଳରେ ସ୍ଥିତି ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ କହିଛି ।

Leave A Reply

Your email address will not be published.