
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇ. ଆର୍. ଇ. ଏଲ୍. ପକ୍ଷରୁ ମାଛଚାଷ ଉତ୍ପାଦନର ପ୍ରାଥମିକ ପଦକ୍ଷେପ ପ୍ରକ୍ରିୟା ଶୁକ୍ରବାର ସମାହିତ ହେଇଯାଇଛି । ମାଛ ଜାଆଁଳା ଛାଡ଼ି ମାଛଚାଷ ଉତ୍ପାଦନ କରିବାରେ ଆଇ. ଆର୍. ଇ. ଏଲ୍ (ଇଣ୍ଡିଆ)ର ପ୍ରାଥମିକ ପଦକ୍ଷେପ ପ୍ରକ୍ରିୟା ଭିତ୍ତିରେ ତ୍ରି-ସ୍ତରୀୟ ପର୍ଯ୍ୟାୟରେ ସର୍ବମୋଟ୍ ତିନୋଟି ଗ୍ରାମପଞ୍ଚାୟତରେ ଯଥା, ଶ୍ରୀରାମଚନ୍ଦ୍ରପୁର, କାଳୀପଲ୍ଲୀ, କଣମଣା, ପଞ୍ଚାୟତ ଅଧିନରେ ଥିବା ମୋଟ୍ ୩୫ଟି ପୋଖରୀରେ ୨ ହଜାର ୩ ଶହ କିଲୋଗ୍ରାମ ମାଛ ଜାଆଁଳା ଏବଂ ୪ ହଜାର କିଲୋ ମାଛ ବଢ଼ିବା ପାଇଁ ଦାନା ଗ୍ରାମ ପଞ୍ଚାୟତକୁ ପ୍ରଦାନ କରାଯାଇଛି । ପରବର୍ତ୍ତୀ ପର୍ଯ୍ୟୟରେ ମହିଳା ଏସ୍. ଏଚ୍. ଜି. ଗ୍ରୁପ୍ ମାଧ୍ୟମରେ ମହିଳାମାନଙ୍କୁ ତାଲିମ୍ ପ୍ରଦାନ କରିବା ସାଂଗକୁ ମହିଳା ଗୋଷ୍ଠୀମାନଙ୍କୁ ସଶକ୍ତିକରଣ କରାଇବାରେ ସହାୟକ କରାଯିବା ନିମନ୍ତେ ଆଇ. ଆର୍. ଇ. ଏଲ୍. ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯିବା ନେଇ ପ୍ରସ୍ତୁତ ଅଛନ୍ତି । ପ୍ରକାଶ ଥାଉକି, ତୃତୀୟ ପର୍ଯ୍ୟାୟରେ ଶ୍ରୀରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତରେ ପ୍ରମୁଖ ପୋଖରୀ ଗୁଡ଼ିକରେ ମାଛ ଜାଆଁଳା ଛାଡ଼ିବା ପ୍ରକ୍ରିୟା ପରିସମାପ୍ତି ହୋଇଛି । ମତ୍ସ୍ୟଚାଷ କରାଇ ଗ୍ରାମୀଣ ମହିଳାଙ୍କୁ ସଶକ୍ତିକରଣ କରାଇବାରେ ଆଇ. ଆର୍. ଇ. ଏଲ୍ (ଇଣ୍ଡିଆ)ର ପଦକ୍ଷେପ ଓ ପ୍ରୋତ୍ସାହନ ଯୋଗାଇ ଆସିଥିବା ନେଇ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି ।