centurian jitm

ପଂଚାୟତ ସ୍ତରୀୟ ବିଜେଡି କାର୍ଯ୍ୟକାରିଣୀ ବୈଠକ : ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନା ହିଁ ବିଜେଡି ପ୍ରାର୍ଥୀକୁ ବିଜୟ ଆଣିଦେବ

nschool

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସିଂହବ୍ରହ୍ମପୁର ଗ୍ରାମ ପଂଚାୟତ କଲ୍ୟାଣମଣ୍ଡପ ଠାରେ ଆଜି ବିଜୁ ଜନତା ଦଳର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଂହବ୍ରହ୍ମପୁର ପଂଚାୟତ ପର୍ଯ୍ୟବେକ୍ଷକ ସନ୍ତୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆତ୍ମା କମିଟି ସଭାପତି ସୁଧାକର ମାର୍ଥା ସଭା ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ, ଅତିଥି ଭାବେ ଜଟଣିର ପୂର୍ବତନ ବିଧାୟକ ତଥା ଡେଲାଙ୍ଗ ବ୍ଲକ ବିଜେଡି ପର୍ଯ୍ୟବେକ୍ଷକ ବିଭୁତୀଭୂଷଣ ବଳବନ୍ତରାୟ, ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥି, ବ୍ଲକ ବିଜେଡି ସଭାପତି ବୈରାଗୀ ଜେନା, ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ମହିଳା ପର୍ଯ୍ୟବେକ୍ଷକ ପିପିଲି ଡେଲାଙ୍ଗ ବ୍ଲକ ସଂଦ୍ଧ୍ୟାରାଣୀ ବିଶ୍ୱାଳ, ମହିଳା ବିଜେଡି ସଭାପତି ବାସନ୍ତି ସାହୁ, ସରପଂଚ ଭାଗିରଥି ପ୍ରଧାନ, ସମିତିସଭ୍ୟା ରଶ୍ମିତା ପ୍ରଧାନ, ପୁରୀ ଜିଲ୍ଲା ବିଜେଡି ସମ୍ପାଦକ ବିଜୟ ରାଉତରାୟ, ଛାତ୍ରନେତା ସୁଦିପ୍ତ ନାୟକ ପ୍ରମୁଖଙ୍କ ସହିତ ସମ୍ମିଳନୀରେ ଶତାଧିକ ଆଗଧାଡିର ବିଜେଡି ଛାମୁଆ କର୍ମୀ ଯୋଗଦେଇ ଆଗାମୀ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥିଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ସପଥ ନେଇଥିଲେ । ଦିବଙ୍ଗତ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥିଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ନିର୍ବାଚିତ କରିବାକୁ ମନ୍ତ୍ରୀ ଶ୍ରୀ ସିଂ ଉପସ୍ଥିତ କର୍ମୀଙ୍କୁ ନିବେଦନ କରିଥିଲେ । ବିଜେଡି ସରକାରର ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଶ୍ରୀ ବଳବନ୍ତରାୟ ଆଲୋକପାତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମ ରାଜ୍ୟ ସଶକ୍ତ ଓ ସମୃଦ୍ଧ ହୋଇପାରିଛି ବୋଲି କହିଥିଲେ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନା ହିଁ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥିକୁ ଅଧିକ ଭୋଟ ବ୍ୟବଧାନରେ ଜିତାଇବାକୁ ସହାୟକ ହେବ ବୋଲି ବାଙ୍କି ବିଧାୟକ ଶ୍ରୀ ତ୍ରିପାଠୀ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କିଶୋର ଛୋଟରାୟ, ପିପିଲି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଆର୍ତବନ୍ଧୁ ସାମନ୍ତରାୟ, କଂଟି ସରପଂଚ ପ୍ରକାଶ ଧଳ, ପର୍ଯ୍ୟବେକ୍ଷକ ଅସ୍ମିତ ଦାଶ, ପ୍ରଳୟା ବେଉରା, ପ୍ରମିଳା ମହାନ୍ତି, ତ୍ରିଲୋଚନ ତରାଇ ପ୍ରମୁଖ ଯୋଗଦେଇ ବିଜେପି ଓ କଂଗ୍ରେସ ଦଳର ମିଥ୍ୟା ପ୍ରତିଶୃତିକୁ ବିଶ୍ୱାସ ନକରି ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନାକୁ ବିଶ୍ୱାସ ରଖି ବିଜେଡି ପ୍ରାର୍ଥୀକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ନିବେଦନ କରିଥିଲେ ।

Leave A Reply

Your email address will not be published.