
ବଙ୍ଗୋମୁଣ୍ଡା, (ମନୀଷ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ କୁଣ୍ଡାବୁଟଲାର ନବନିର୍ମିତ ପଞ୍ଚାୟତ ଗୃହ ଉଦ୍ଘାଟିତ ହୋଇଛି । ସରପଞ୍ଚ ହରିବନ୍ଧୁ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଭୋଳାନାଥ ବେହେରା, ବ୍ଳକ୍ ସରପଞ୍ଚ ସଂଘ ସଭାପତି ଉପେନ୍ଦ୍ର ମେହେର, କୁଣ୍ଡାବୁଟଲା ସମିତି ସଭ୍ୟ ଜମଗବୁବତି ବିଶ୍ୱାଳ, ବଙ୍ଗୋମୁଣ୍ଡା ସରପଞ୍ଚ ସୁଶାନ୍ତ ଯୋଷୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।