ଆମ ଆଦମୀ ପାର୍ଟି ପକ୍ଷରୁ ଛତ୍ରପୁର ରଥଯାତ୍ରାରେ ସ୍ୱାଦିଷ୍ଟ ପଣା ବିତରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପାରମ୍ପରିକ ରୀତିନୀତିରେ ଛତ୍ରପୁରରେ ନିଆରା ଭାବେ ପ୍ରଚଳିତ ହୋଇ ଆସିଥିବା ରଥଯାତ୍ରା ଅବସରରେ ପ୍ରତିବର୍ଷ ପ୍ରବଳ ଜନସମାଗମ ହୋଇଥାଏ । ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ହେତୁ ଆମ ଆଦମୀ ପାର୍ଟି ଗଞ୍ଜାମ ଜିଲ୍ଲା ଆନୁକୂଲ୍ୟରେ ଲୋକମାନଙ୍କୁ ଥଣ୍ଡା ସରବତ ଭଳି ସ୍ୱାଦିଷ୍ଟ ପଣା ବିତରଣ କରାଯାଇଛି । ଶହସ୍ରାଧିକ ଲୋକ ଥଣ୍ଡା ସ୍ୱାଦିଷ୍ଟ ପଣାରେ ଆପ୍ୟାୟିତ ହୋଇ ଆଶ୍ଵସ୍ତି ଅନୁଭବ କରିଛନ୍ତି ଏବଂ ବହୁ ଲୋକ ପଣାରେ ଆପ୍ୟାୟିତ ହୋଇ ଖୁସିବ୍ୟକ୍ତ କରି ଆୟୋଜନ କରିଥିବା ଉଦ୍ୟକ୍ତାଙ୍କୁ ପ୍ରଶଂସା କରିଛନ୍ତି । ଆମ ଆଦମୀ ପାର୍ଟି ଗଞ୍ଜାମ ଜିଲ୍ଲା ଯୁବ-ସଭାପତି ପି.ନୀଳକଣ୍ଠ ରେଡ୍ଡୀଙ୍କ ନେତ୍ତୃତ୍ୱରେ ବ୍ୟବସ୍ଥିତ ହୋଇଥିବା କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ୍ ସଂଗଠକ ଅଜାମ୍ବିଳ ବିଶ୍ୱାଳ, ସାଥୀ ଯୁବରାଜ୍ ବେହେରା ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ । ଗଞ୍ଜାମ ଜିଲ୍ଲା ଆମ ଆଦମୀ ପାର୍ଟି ଯୁବ ସଂଗଠନ ପକ୍ଷରୁ ଛତ୍ରପୁରସ୍ଥ ଶିବକୁମାର ପଟ୍ଟନାୟକ ରିଡିଙ୍ଗରୁମ ନିକଟରେ ଏହା ଆୟୋଜିତ ଓ ପରିଚାଳିତ ହୋଇଥିଲା ।

Leave A Reply

Your email address will not be published.