ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ୭୯ତମ ସ୍ୱାଧିନତା ଦିବସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଶିଶୁ ମନ୍ଦିର ପରିସରରେ ସମ୍ପାଦକ ଜନକଲାଲ ମେହେର ଦୀପ ପ୍ରଜ୍ୱଳନ ପୂର୍ବକ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡରେ ଅଭିଭାଦନ ଗ୍ରହଣ କରି ମାର୍ଗ ଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ସୁକାନ୍ତ କିଶୋର ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟା ମନ୍ଦିର ପରିସରରେ ଉପ ସଭାପତି ଗୋପାଳ କୃଷ୍ଣ ମିଶ୍ର ପତାକା ଉତ୍ତୋଳନ କରି ପ୍ୟାରେଡରେ ଅଭିଭାଦନ ଗ୍ରହଣ କରିଥିଲେ । ବିଦ୍ୟା ମନ୍ଦିର ପ୍ରମୁଖ ଦେବରାଜ ଦଣ୍ଡସେନା ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ସୁଷମା ବିଶ୍ଵାଲ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ କଲ୍ୟାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସବଡିବିଜନାଲ ସ୍ତରରେ ବିଭିନ୍ନ ପ୍ରତିଯୋଗୀତାରେ ଶିଶୁ ବିଦ୍ୟା ମନ୍ଦିରର ୩୩ ଜଣ, ଚମ୍ପିୟାନ ଦୁଇ ଜଣ ଓ ଏନ୍ଆରଟିସ ପରୀକ୍ଷାରେ ଦିପଶିଖା ଗଡତିଆ ଓ ବିଗତ ଦଶମ ଶ୍ରେଣୀର ସର୍ବୋଚ୍ଚ ଅଙ୍କ ଗଜିନ୍ଦ୍ର ମହାରଣା ପୁରସ୍କୃତ ହୋଇଥିଲେ ଓ ମିଳିତ ପ୍ୟାରେଡରେ ଜୁନିଅର ରେଡକ୍ରସ ଦଳ, ସିନିୟର ଭାଇ ଦଳ ଓ ସବ୍ ଜୁନିଅର ଭାଇ ଦଳ ବିଜୟୀ ହୋଇ ଟ୍ରଫି ଗ୍ରହଣ କରିଥିଲେ । ଏହି ଅବସରରେ ଶିଶୁ ବାଟିକା ବିଭାଗର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା । ଶିଶୁ ଭାଇ ଭଉଣୀ ମାନେ ରାଧା,କୃଷ୍ଣ ବେଶରେ ସଜ୍ଜିତ ହୋଇ ଆସିଥିଲେ । ପ୍ରଥମେ ରାଧାକୃଷ୍ଣଙ୍କ ପୂଜା କରାଯାଇଥିଲା ମୁଦିରଥ ପଣ୍ଡା ପୂଜକ ଦାୟିତ୍ୱ ତୁଲାଇଥିଲେ । ସମ୍ପାଦକ ଜନକଲାଲ ମେହେର, ଜିଲ୍ଲା ସଂଘ ଚାଲକ ରୋହିତ କୁମାର ମେହେର, ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ପ୍ରମୁଖ ପୂଜାରେ କର୍ତ୍ତା ହୋଇଥିଲେ । ଶ୍ରୀକୃଷ୍ଣଙ୍କ ପୂଜା ପରେ ପରେ ବେଶଧାରୀ ଶିଶୁ ମାନଙ୍କ ପୂଜନ କରାଯାଇଥିଲା ଶ୍ରୀକୃଷ୍ଣଙ୍କ ଭଜନ ଓ ଧୂନର ତାଳେ ତାଳେ ଦୋଳି ଝୁଳଣ କରି ଭଗବାନ ଶ୍ରୀକୃଷ୍ଣ ଙ୍କ ଫଟୋ ବଣ୍ଟାଯାଇ ଥିଲା । ଏଥିରେ ମାତୃଭାରତୀ ର ସଦସ୍ୟା ମାନେ ସହଯୋଗ କରିଥିବା ବେଳେ ୧୧୦ ଜଣ ବେଶଧାରୀ ଶିଶୁ ମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ଓ ଶତାଧିକ ଅଭିଭାବକ ଅଭିଭାବିକା ଯୋଗଦାନ କରିଥିଲେ । ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ସୁଜାତା ତ୍ରିପାଠୀ ସୁଚନା ପ୍ରଦାନ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।
