ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନରସିଂହ ମନ୍ଦିର ପ୍ରାଙ୍ଗଣରେ ସଂସ୍କୃତ ପରିଷଦ ଆନୁକୁଲ୍ୟରେ ସଂସ୍କୃତ ଦିବସ ପାଳିତ ହୋଇଥିଲା । ବରିଷ୍ଠ ଆଇନଜିବୀ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମଦନ ମୋହନ ରଥ ମୁଖ୍ୟ ଅତିଥି ତଥା ଉପଦେଷ୍ଟା ନିଳମଣି ମିଶ୍ର ସମ୍ମାନନୀୟ ଅତିଥି ରୂପେ ଯୋଗ ଦେଇଥିଲେ । ଉପସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ସଂପାଦକ ରାଜ କିଶୋର ପଣ୍ଡା ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗିରିଜା ଶଙ୍କର ରଥ, କିଶୋର କୁମାର ପୁରୋହିତ, ଡ. ଭବାନୀ ଶଙ୍କର ପଟେଲ ଓ ଡା. ବଂଶୀଧର ଦାନୀ ଭାରତୀୟ ସଂସ୍କୃତି ତଥା ସଂସ୍କୃତ ଭାଷାର ମହନୀୟତା ଏବଂ ଏହା ପୃଥିବୀର ସମସ୍ତ ଭାଷାର ଜନନି ତଥା ଏହାର ପ୍ରଚାର ପ୍ରସାରର ଆବଶ୍ୟକତା ଥିବା ମତ ରଖିଥିଲେ । ଭାରତ ବାହାରେ ବିଦେଶରେ ମଧ୍ୟ ଭାରତୀୟ ସଂସ୍କୃତିକୁ ଅଧ୍ୟୟନ କରୁଥିବା ଅତିଥିଗଣ ସୂଚନା ଦେଇଥିଲେ । ସଂସ୍କୃତ ଦିବସ ଉପଲକ୍ଷେ ବଲାଙ୍ଗିର ସଂସ୍କୃତ ମହାବିଦ୍ୟାଳୟ ଏବଂ ବିଶ୍ୱାତ୍ମ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶ୍ଲୋକ ଆବୃତ୍ତି ହୋଇଥିଲା । ଶ୍ଲୋକ ଆବୃତ ପ୍ରତିଯୋଗିତାରେ ସଂସ୍କୃତ ମହାବିଦ୍ୟାଳୟର ଛାତ୍ର ପ୍ରକାଶ ଚନ୍ଦ୍ର ବେହେରା ପ୍ରଥମ, ଛାତ୍ରୀ ଶୁଭଶ୍ରୀ ଜେନା ଦ୍ୱିତୀୟ ଏବଂ ବିନ୍ଦୁ ମୁନା ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବିଶ୍ୱାତ୍ମ ବିଦ୍ୟା ମନ୍ଦିରର ଛାତ୍ରୀ ସୃଷ୍ଟିରୁପା ତ୍ରିପାଠି ପ୍ରଥମ, ବିନ୍ଦିଆ ବେହେରା ଦ୍ୱିତୀୟ ତଥା ରାଧିକା ବରେଇ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ତଥା ମଂଚାସିନ ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଉପରୋକ୍ତ କାର୍ଯ୍ୟକ୍ରମରେ ମଧୁ ସୁଦନ ନାୟକ, ସଚ୍ଚିଦାନନ୍ଦ ନାୟକ, ବଳିଷ୍ଠ ପ୍ରଧାନ, ବନମାଳି ନନ୍ଦ, ମନୋରଂଜନ ମିଶ୍ର, ଜଗଦିଶ ପ୍ରସାଦ ନାଥ, ବିଶ୍ୱ ରଂଜନ ତ୍ରିପାଠିୀ, ନନ୍ଦଲାଲ ଭୋଇ ପ୍ରଭୃତି ସହଯୋଗ କରିଥିଲେ ଏବଂ ଶେଷରେ ସହ ସଂପାଦକ ଶିତାଂଶୁ ଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
