ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରଣୀ ନାଥଙ୍କ ସଭାପତିତ୍ଵରେ ‘ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି’ଙ୍କ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷା ବରିଷ୍ଠ ନାଗରିକଙ୍କୁ କିପରି ସାହାର୍ଯ୍ୟ କରିବା ଓ ତାଙ୍କରି ଯତ୍ନ ନେବା ସଙ୍ଗେ ସଙ୍ଗେ ତାଙ୍କୁ ସମ୍ମାନ କରିବା ପାଇଁ ଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ପରିଶେଷରେ ବୟସ୍କ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ଶପଥ ପାଠ ହୋଇଥିଲା । ଏତତ୍‌ ସହିତ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ମଧ୍ୟ ପାଳନ ହୋଇଥିଲା । ଏଥିରେ ଛାତ୍ରୀମାନେ ମହାବିଦ୍ୟାଳୟ ପରିସରକୁ ସଫା କରିଥିଲେ । ଏହି ଦୁଇ କାର୍ଯ୍ୟକ୍ରମକୁ ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!