ନିିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଗୁରୁ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ବଲାଙ୍ଗିର ଜିଲ୍ଲା ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁପମା ପ୍ରହରାଜଙ୍କ ଆବାହକତ୍ୱରେ ମୁଖ୍ୟ ଅତିଥି ପ୍ରଦୀପ କୁମାର ନାୟକ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ହରେକୃଷ୍ଣ ତ୍ରିପାଠୀ, ବଉଦ ଜିଲ୍ଲା ପୂର୍ବତନ ସମ୍ପାଦକ ଲୋକନାଥ ପାଢୀ, କଳାହାଣ୍ଡି ଜିଲ୍ଲାରୁ ନାସିର ଖାନ, ରାଧେଶ୍ୟାମ ପଣ୍ଡା, ସମ୍ବଲପୁରର ଗୌରୀଶଙ୍କର ପଣ୍ଡା, ମୟୁରଭଞ୍ଜର ଶଶିଧର ବେହେରା ଉପସ୍ଥିରେ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଶୈକ୍ଷିକ ଆଲୋଚନାଚକ୍ର ଓ ପୂର୍ବତନ ସମ୍ପାଦକ ମନମାଳୀ ହୋତାଙ୍କର ସ୍ମୃତିଚାରଣ କରିଥିଲେ । ଏହି ସଭାରେ ଅନ୍ୟୁନ ୧୦୦ ଜଣ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ସର୍ବଶେଷରେ କୁଶଧ୍ୱଜ ବାବୁ ଓ ଶ୍ୟାମସୁନ୍ଦର ଦାଶ ତଥା ରାଜେନ୍ଦ୍ର ବିଶ୍ୱାଲଙ୍କୁ ସମ୍ମାନିତ କରାଯାଇଥିଲା । କିଶୋର ମିଶ୍ର, ମନୋଜ ଅଗସ୍ତିଙ୍କୁ ଅବସର ସମ୍ବର୍ଦ୍ଧନା, ଅନିଲ ବେହେରାଙ୍କୁ ୨୦୨୪ର ଶ୍ରେଷ୍ଠ ଶିକ୍ଷକ ସମ୍ମାନ, ଦୁର୍ଯ୍ୟୋଧନ ସେନାପତିଙ୍କୁ ୨୦୦୬ରୁ ୨୦୦୯ ସମୟର ଶ୍ରେଷ୍ଠ ସାଧନ କେନ୍ଦ୍ର ସଂଯୋଜକ ଓ ଅନୁପମା ପ୍ରହରାଜଙ୍କୁ ସୁଶିକ୍ଷିକ ଓ ସଂଗଠନିକ ଦୃଷ୍ଟିରୁ ବୀଣାପାଣି ବୁଡେକଙ୍କୁ ଉତ୍ତମ ଶିକ୍ଷୟତ୍ରୀ ଭାବେ ସମ୍ମାନିତ କରାଯାଇଥିଲା । ଟିଟିଲାଗଡର ପୂର୍ବତନ ସିଆର୍‌ସିସିି ରଂଜନ ମହାନ୍ତିଙ୍କୁ ବିଶିଷ୍ଟ କଳାକାରର ସମ୍ମାନ ପ୍ରଦାନ କରାଯାଇଥିଲା । ଏହା ବ୍ୟତିତ ସତ୍ୟାନନ୍ଦ ସାହୁ, ତୁଷାର କର୍ମୀ, ସୂର୍ଯ୍ୟନାରାୟଣ ସାହୁ ଓ ରମଣି ରଂଜନ ମାଝିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମହିଳା ସେଲର ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ପଟେଲ, ସମ୍ପାଦିକା କୁମୁଦିନୀ ମେହେର ସମସ୍ତଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସଭାପତି ଶାନ୍ତିଲତା ସାହୁ ସମସ୍ତ ଗୁରରୁଜନମଣ୍ଡଳୀଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ସଭାରେ ସମସ୍ତ ଶିକ୍ଷକ ପି.କେ. ନାୟକଙ୍କୁ ଏକ ଶ୍ରେଷ୍ଠ ପ୍ରଶାସନିକ ଅଧିକାରୀ ଭାବେ ବିଗତ ଦିନର ଭୂମିକାରେ ବର୍ଣ୍ଣନା କରି ଅବଶେଷରେ ଜଣେ ଶ୍ରେଷ୍ଠ ଗୁରୁର ସମ୍ମାନ ଦେଇ ଭିଲୁ ଦାଶ, ଅମର ସାହୁ, ଆଦିତ୍ୟ ଦାନୀ, ଦୁର୍ଯ୍ୟୋଧନ ସେନାପତି ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.