ଦୟାନନ୍ଦ ପ୍ଲେ ସ୍କୁଲରେ ଜନ୍ମାଷ୍ଟମୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପେଲେସ ଲାଇନ ସ୍ଥିତ ଦୟାନନ୍ଦ ପ୍ଲେ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । କୁନି କୁନି ଛାତ୍ରଛାତ୍ରୀ ମାନେ ବହୁ ସୁନ୍ଦର ଭାବେର ରାଧାକ୍ରିଷ୍ଣା ବେଶରେ ସଜେଇ ହୋଇ ସ୍କୁଲକୁ ଆସି ଫେନ୍ସି ଡ୍ରେସ୍‌ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସ୍କୁଲ ପ୍ରିନ୍ସିପାଲ ଦିବ୍ୟନାରାୟଣ ମିଶ୍ରଙ୍କ ତତ୍ୱାବଧାନରେ ଫେନ୍ସି ଡ୍ରେସ୍‌ ପ୍ରତିଯୋଗିତାରେ ମନୋରାଂଜନ ପଟେଲ ଓ ସୁବଳ ମହାକୁର ଯୋଗ ଦେଇଥିବା ବେଳେ ସ୍କୁଲର ଶିକ୍ଷୟିତ୍ରୀ ମାନେ ଏଥିରେ ବିଶେଷ ସହଯୋଗ କରିଥିଲେ । ଫେନ୍ସି ଡ୍ରେସ୍‌ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୁନି କୁନି ଛାତ୍ରଛାତ୍ରୀଙ୍କୁ ସ୍କୁଲ ପକ୍ଷରୁ ପୁରସ୍କୃତ କରାଯାଇଥିଲ ।

Leave A Reply

Your email address will not be published.