ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗଙ୍ଗାଧର ଜୟନ୍ତୀ ଓ ରକ୍ଷାବନ୍ଧନ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଭାଗରେ ଗଙ୍ଗାଧର ଜୟନ୍ତୀ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସଭାପତି ପୃଥିରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ଉପସ୍ଥିତ ଭାଇଭଉଣୀ ମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ରକ୍ଷାବନ୍ଧନ ଉପରେ ଗୀତାଞ୍ଜଳୀ ଭୋଇ ଗଙ୍ଗାଧରଙ୍କ ଉପରେ ବୌଦ୍ଧିକ ପ୍ରଦାନ କରିଥିଲେ । ପ୍ରଦୀପ ରାଜହଂସ ସଂଯୋଜନା କରିଥିଲେ । ଭାଇଭଉଣୀ ମାନେ ନିଜ ନିଜ ଭିତରେ ପରସ୍ପରକୁ ରାକ୍ଷୀ ବାନ୍ଧି ଥିଲେ । ଅର୍ପିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ବିଦ୍ୟା ମନ୍ଦିର ପରିସରରେ ମୁଖ୍ୟ ଅତିଥି ଭାବରେ ରାଜେନ୍ଦ୍ର ମହାନ୍ତି ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ରକ୍ଷାବନ୍ଧନର ମହତ୍ତ୍ୱ ଓ ଗଙ୍ଗାଧରଙ୍କ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ । ଭାଇଭଉଣୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ସମ୍ମାନିତ ଅତିଥି ଭାବରେ ସମାଜସେବୀ ନୀରୋଜ ଦୋରା ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରେପରେ ଗୁରୁଜୀ, ଗୁରୁମା ମାନେ ମିନି ବସ୍‌ଷ୍ଟାଣ୍ଡ, ହସ୍‌ପିଟାଲ୍‌, କଚେରୀ ରାସ୍ତା, ଥାନା ପରିସର ସମେତ ବିଭିନ୍ନ ସ୍ଥାନକୁ ଯାଇ ରାକ୍ଷୀ ବାନ୍ଧି ଥିଲେ । ସମସ୍ତ ଗୁରୁଜୀ, ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.