ବଲାଙ୍ଗିର କରାଟେ ସ୍କୁଲ ଓ ଶେଖର କିକ୍‌ ବକ୍ସି ଏକାଡେମୀରେ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧି ଷ୍ଟଡିୟମ୍‌ ଠାରେ ଥିବା ବଲାଙ୍ଗିର କରାଟେ ସ୍କୁଲ ସଭାପତି ସଚ୍ଚିଦାନନ୍ଦ ବାଗଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ତଥା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସମ୍ମାନିତ ଅତିଥି ଭାବରେ, ଜିଲ୍ଲା କରାଟେ ସଂଘର ସଭାପତି ଦେବଦତ୍ତ ବେହେରା, କରାଟେ ସ୍କୁଲ ତଥା ଜିଲ୍ଲା କରାଟେ ସଂଘର ସଂପାଦକ ହୃଦୟ ଶବର, ଶେଖର କିକ୍‌ ବକ୍ସିଂ ଏକାଡେମିର ସଂପାଦକ ଚନ୍ଦ୍ର ଶେଖର ସେଠ ଅତିଥି ଭାବରେ ମଂଚାସୀନ ହୋଇଥିଲେ । ସ୍କୁଲ ପକ୍ଷରୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ବିଗତ ଜୁନ ମାସରେ ହୋଇଥିବା ଜୁନିୟର୍‌ କିକ୍‌ ବକ୍ସିଂ ଚମ୍ପିୟାନ୍‌ସିପ୍‌ ପଶ୍ଚିମ ବଙ୍ଗର ସିଲିଗୁଡି ଠାରେ ତାରିଖ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗିର ଜିଲ୍ଲାରୁ ୨ ଜଣ ଖେଳାଳି କାଂସ୍ୟ ପଦକ ହାସଲ କରିଥିଲେ । ଆସନ୍ତା ୨୯ ତାରିଖରେ ଓଡିଶା ରାଜ୍ୟ କ୍ରୀଡା ଓ ଯୁବ ବ୍ୟପାର ବିଭାଗ ଦ୍ୱାରା କନିଷ୍ଠ ଷ୍ଟାଡିୟମ୍‌ ଠାରେ ସମ୍ମାନିତ କରାଯିବ ବୋଲି ସଂପାଦକ ପରିପ୍ରକାଶ କରିଛନ୍ତି । ସେହି ପରି ଜୁଲାଇ ମାସ ୨୬ରୁ ୨୮ରେ ୮ତମ ଆର୍ନ୍ତଜାତୀୟ କରାଟେ ଚାମ୍ପିୟାନ୍‌ସିପ୍‌ ଇଣ୍ଡିଆନ୍‌ ଚେଲେଞ୍ଜର କପ୍‌ ୨୦୨୪ କୋଲକତାର ନେତାଜୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ତଥା କରାଟେ ସ୍କୁଲରୁ ୧୪ ଜଣ ବାଳିକା ବାଳକ ବିଭିନ୍ନ ବର୍ଗରେ ଭାଗ ନେଇ ସର୍ବ ମୋଟ୍‌ ୧୮ ଗୋଟି (୯ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୪ଟି କାଂସ୍ୟ) ପଦକ ହାସଲ କରି ଜିଲ୍ଲା, ରାଜ୍ୟ ତଥା ଦେଶକୁ ଗୌରାବନ୍ୱିତ କରିଛନ୍ତି । ଏହି ପଦକ ବିଜେତାମାନଙ୍କୁ ବଲାଙ୍ଗିର କରାଟେ ସ୍କୁଲ ଓ ଶେଖର କିକ୍‌ ବକ୍ସିଂ ଏକାଡେମୀ ତରଫରୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପଦକ, ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଉତ୍ସବକୁ ମନଗୋବିନ୍ଦ ମେହେର, ରାଜେନ୍ଦ୍ର ବାଗ, ମଧୁସୁଦନ ସାହୁ ଓ ବିଜୟ ସିଂ, ସୁରେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ ଯାଦବ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.