jayashree

ବଲାଙ୍ଗିର ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟରେ ୨୫ତମ କାରଗିଲ ବିଜୟ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟରେ ୨୫ତମ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ସଂଘର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥଙ୍କ ପରିଚାଳନାରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ପୌର ପରିଷଦର ପୌରଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ସମ୍ମାନିତ ଅତିଥି ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ, ମଣ୍ଟେଶ୍ୱରୀ ସ୍କୁଲର ନିର୍ଦ୍ଦେଶକ ରବି ଉଦ୍‌ଗାତା, ନାଗରିକ କମିଟିର ପୂର୍ବତନ ସମ୍ପାଦକ ମନୋରଞ୍ଜନ ସାହୁ, ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ପ୍ରଦୀପ ଖମାରୀ ଦୀପ ପ୍ରଜ୍ୱଳନ କରି ଶହୀଦମାନଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ମଣ୍ଟେଶ୍ୱରୀ ସ୍କୁୁଲର ଛାତ୍ରୀ ଜାଗୃତି ଶତପଥୀ ଓ ଛାତ୍ର ଆୟୁଷ ଯୋଶୀ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ । ଶହୀଦ ମାନଙ୍କ ସ୍ମୃତିଚାରଣ କରିବା ସଙ୍ଗେସଙ୍ଗେ ୧ ମିନିଟ ନୀରବ ପ୍ରାର୍ଥନା ସହ ରାଷ୍ଟ୍ରୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ଶହୀଦ କିଶୋର ମଲ୍ଲିିକ, ହେମନ୍ତ ନାଏକ, ସୁମନ୍ତ ପଧାନ, ଥବୀର ବୁଡେ଼କଙ୍କ ପରିବାରବର୍ଗ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଦୀର୍ଘ ୨୫ ବର୍ଷ ଧରି କାରଗିଲ ଶହୀଦ ମାନଙ୍କୁ ଭାରତ ବର୍ଷରେ ତାଙ୍କର ସ୍ମୃତିଚାରଣ କରି ମାଲ୍ୟାର୍ପଣ ତଥା ଦୀପ ପ୍ରଜ୍ୱଳନ କରାଯାଉଛି, କିନ୍ତୁ ଶହୀଦ ମାନଙ୍କ ବିଧବା ପତ୍ନୀଙ୍କ ଲୁହ ଆଜି ପର୍ଯ୍ୟନ୍ତ ଶୁଖି ନାହିଁ । ତଥାପି ମଧ୍ୟ ସେମାନେ ବୀରାଙ୍ଗନା ଭାବରେ ସବୁ ଦୁଃଖକଷ୍ଟ ସହି ସ୍ୱାମୀଙ୍କ ବୀରତ୍ୱକୁ ମନେ ପକାଇ ଗର୍ବିତ ହେଉଛନ୍ତି । ଅନେକ କ୍ଷେତ୍ରରେ କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ପାଖରୁ ମିଳୁଥିବା ମୌଳିକ ସୁବିଧାରୁ ମଧ୍ୟ ସେମାନେ ବଞ୍ଚିତ ହୋଇ ଆସୁଥିବା କୁହାଯାଉଛି । ସଂଘର ସମ୍ପାଦକ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଏ ବିଷୟରେ ନୂତନ ସରକାରଙ୍କୁ ଅବଗତ କରାଯିବ । ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ସ୍ମୃତିଚାରଣ କରିବା ସଙ୍ଗେସଙ୍ଗେ ସଂଘର ଉନ୍ନତି ସକାଶେ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମାତୃଛାୟା ଅନୁଷ୍ଠାନର ସଦସ୍ୟା, ସବୁଜ ଶକ୍ତି ଅନୁଷ୍ଠାନର ସଦସ୍ୟ ସଦସ୍ୟା, ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ ଶହୀଦ ମାନଙ୍କ ସ୍ମୃତିଚାରାଣ କରିବା ସଙ୍ଗେସଙ୍ଗେ ଆସନ୍ତାକାଲି ୨୭.୦୭,୨୦୨୪ରେ ସାଇଟ କଲେଜ ପ୍ରାଙ୍ଗଣରେ ଶହୀଦ ପରିବାର ଏବଂ କାରଗିଲ ଯୁଦ୍ଧରେ ସକ୍ରିୟ ଅଶଂଗ୍ରହଣ କରିଥିବା ପୂର୍ବତନ ସୈନିକ ମାନଙ୍କୁ ନିମନ୍ତ୍ରଣ ଦେବା ସଙ୍ଗେସଙ୍ଗେ ସମ୍ମାନିତ କରାଯିବ ବୋଲି ଘୋଷାଣା କରିଥିଲେ । ସଂଘର ବରିଷ୍ଠ ସଭ୍ୟ ସୁରେନ୍ଦ୍ର ପଣ୍ଡା, ନବକୃଷ୍ଣ ପଟେଲ, ସାନନ୍ଦ ଭୋଇ, ମହେନ୍ଦ୍ର ପଣ୍ଡା, ସୀତାନଥ ତ୍ରିପାଠୀ, ନରେନ୍ଦ୍ର ଦାସ, ସୁଶୀଳ ପଟେଲ, ବିନୋଦ ମହାନ୍ତ, ନୀଳାଚଳ ପଟେଲ, ସଞ୍ଜିବ ପ୍ରଧାନ, ଶଙ୍କର ଯୁଏଡ଼, କୃଷ୍ଣଚନ୍ଦ୍ର ପରମଗୁରୁ, ଶୋଭନ ପାଢ଼ୀ, ସର୍ବେରାମ ପଟେଲ, କୃଷ୍ଣଚନ୍ଦ୍ର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବତନ ସୈନିକ ନୟନ ଅଗସ୍ତି ସହଯୋଗ କରିଥିବା ବେଳେ ସଂଘର ସଭାପତି ବିଭୁତି ଭୂଷଣ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.